କନକ ବ୍ୟୁରୋ: ବଲିଉଡ୍ ଅଭିନେତା ସଂଜୟ ଦତଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତି କରାଯାଇଛି । ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାକୁ ତାଂକୁ ହସ୍ପିଟାଲରେ ଭର୍ତି କରାଯାଇଥିଲ । ହେଲେ ଏବେ ସେ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ତାଙ୍କୁ ଆଗାମୀ ଦିନେ ଦୁଇଦିନ ନୀରିକ୍ଷଣ ପାଇଁ ହସ୍ପିଟାଲରେ ରହିବାକୁ ପଡ଼ିବ । ଏହାସହ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା, ଏହାର ରିପୋର୍ଟ ନେଗେଟିଭ୍ ଆସିଛି । ଅଣ- କୋଭିଡ୍ ୱାର୍ଡରେ ତାଙ୍କୁ ରଖାଯାଇଛି । ହସ୍ପିଟାଲରୁ ନିଜେ ସଂଜୟ ମଧ୍ୟ ଟୁଇଟ୍ କରିଛନ୍ତି । ସେ ଏଥିରେ ଲେଖିଛନ୍ତି ଯେ, ସେ ଏବେ ସୁସ୍ଥ ଅଛନ୍ତି । ଦିନେ ଦୁଇଦିନ ଭିତରେ ଘରକୁ ଫେରିବେ ବୋଲି ସେ ଟୁଇଟରେ ଲେଖିଛନ୍ତି ।
Just wanted to assure everyone that I’m doing well. I’m currently under medical observation & my COVID-19 report is negative. With the help & care of the doctors, nurses & staff at Lilavati hospital, I should be home in a day or two. Thank you for your well wishes & blessings 🙏
— Sanjay Dutt (@duttsanjay) August 8, 2020