ସତ୍ୟବାଦୀରୁ ନିର୍ବାଚନ ଲଢିବେ ସଞ୍ଜୟ ଦାସବର୍ମା ! ନବୀନ ନିବାସରେ ନିଷ୍ପତ୍ତି ହୋଇଥିବା ସୂଚନା।

1,400

କନକ ବ୍ୟୁରୋ: ସତ୍ୟବାଦୀରୁ ନିର୍ବାଚନ ଲଢିବେ ସଞ୍ଜୟ ଦାସବର୍ମା । ସେହିପରି ଉମା ସାମନ୍ତରାୟ ବ୍ରହ୍ମଗୁରିରୁ ଲଢିବେ । ନବୀନ ନିବାସରେ ହୋଇଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଦଳ ପକ୍ଷରୁ ମଧ୍ୟ ଏହା ଖୁବଶୀଘ୍ର ଘୋଷଣା କରାଯିବାର ସୂଚନା ରହିଛି ।

ସତ୍ୟବାଦୀ ଆସନ ବିବାଦକୁ ନେଇ ବୁଧବାର ପ୍ରଥମେ ଶଂଖ ଭବନରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉଭୟ ସଞ୍ଜୟ ଦାସବର୍ମା ଓ ଉମା ସାମନ୍ତରାୟଙ୍କ ସହ ଆଲୋଚନା କରିଥିଲେ । ଏହାପରେ ନବୀନ ନିବାସ ଯାଇଥିଲେ ସଞ୍ଜୟ ଦାସବର୍ମା । ଏଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା, ଯେଉଁଥିରେ ସଞ୍ଜୟ ଦାସବର୍ମା ସତ୍ୟବାଦୀରୁ ଲଢିବେ ବୋଲି ନିଷ୍ପତ୍ତି ହୋଇଥିଲା ।