କରୋନା ସମୟରେ ହେଲିକପ୍ଟର ଉଡାଇ ବିବାଦରେ ଯୋଜନାବୋର୍ଡ ଉପାଧ୍ୟକ୍ଷ: ଖର୍ଚ୍ଚ କାଟ୍ କଥା ସରକାର କହୁଥିବା ବେଳେ ବ୍ୟୟବହୁଳ ଗସ୍ତକୁ ନେଇ ଅଡୁଆରେ ସଂଜୟ ଦାସବର୍ମା

କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି । ଗତ ୧୮ରେ ହେଲିକପ୍ଟରରେ ନବରଙ୍ଗପୁରରୁ ଫେରିଥିଲେ ଭୁବନେଶ୍ୱର

881

କନକ ବ୍ୟୁରୋ: କରୋନା କଟକଣା ସମୟରେ ହେଲିକପ୍ଟର ଉଡାଇ ବିବାଦରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ । ଦକ୍ଷିଣ ଓଡିଶାକୁ ହେଲିକପ୍ଟରେ ଗସ୍ତ କରିବା ଘଟଣାକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି ସଞ୍ଜୟ ଦାସ ବର୍ମା । କରୋନା ସମୟରେ ଖର୍ଚ୍ଚ କାଟ ପାଇଁ ସରକାର କହୁଛନ୍ତି । ହେଲେ ବିଜେଡି ନେତାଙ୍କ ଏହି ବ୍ୟୟବହୁଳ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ସରକାରୀ ଖର୍ଚ୍ଚରେ ସରକାରୀ ଗସ୍ତରେ ଯାଇ, ଦଳୀୟ କାର୍ଯ୍ୟକ୍ରମ କରିଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ ସାଂସଦ ବଳଭଦ୍ର ମାଝୀ । ଜୁଲାଇ ୧୩ରୁ ୧୮ ତାରିଖ ଯାଏଁ ଦକ୍ଷିଣ ଓଡିଶା ଗସ୍ତରେ ଯାଇଥିଲେ ସଂଜୟ ଦାସ ବର୍ମା ।

ଏହି ସମୟରେ ଜନଗହଳି କରି ରାସନ କାର୍ଡ ବାଂଟିବା ଓ ଦଳୀୟ କାର୍ଯ୍ୟକ୍ରମ କରିଥିବା ଅଭିଯୋଗ ଆଣିଛି ବିଜେପି । ଅନ୍ୟପଟେ ଏସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ଯାଜନା ବୋର୍ଡ ଉପାଧ୍ୟକ୍ଷ । ଦ କ୍ଷିଣ ଓଡିଶାର ଗସ୍ତ କରି ଲୋକଙ୍କ ଦୁଃଖ ସୁଖ ବୁଝିଥିଲୁ । ଜିଲ୍ଲାସ୍ତରରେ କୋଭିଡ ମୁକାବିଲାର ତଦାରଖ କରିଥୁଲି । ଗସ୍ତ ବେଳେ ବିଭିନ୍ନ ସ୍ଥାନକୁ ସାଙ୍ଗରେ ଯାଇଥିବା ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଧନ୍୍ୟବାଦ ଜଣାଇଛନ୍ତି । ଏଥିସହ ତିନି ଦିନ ତଳର ଘଟଣାକୁ କାହିଁକି ବିଜେପି ରାଜନୈତିକ ରୁପ ଦେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ହେଲିକପ୍ଟରରେ ଗସ୍ତ ପ୍ରଶ୍ନକୁ ଏଡାଇ ଯାଇଛନ୍ତି ସଂଜୟ ଦାସବର୍ମା ।