କନକ ବ୍ୟୁରୋ: ସତ ହେଲା ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ବାଣୀ! ନିର୍ବାଚନରେ ଆପତତଃ ସେ ହିଁ ସତ୍ୟବାଦୀରୁ ବିଜେଡିର ବିଧାୟକ ପ୍ରାର୍ଥୀ ହେବେ ବୋଲି ସ୍ଥିର ହୋଇଥିବା ଜଣାପଡିଛି । ଆଉ ସତ୍ୟବାଦୀର ଏବେର ବିଧାୟକ ଉମା ସାମନ୍ତରାୟ ସଂଜୟଙ୍କ ନିର୍ବାଚନ ମଣ୍ଡଳୀ ବ୍ରହ୍ମଗିରିରୁ ବିଧାୟକ ହେବେ ବୋଲି ଚର୍ଚ୍ଚା ହେଉଛି । ଦୁଇ ଦିନ ତଳେ ସଂଜୟ କହିଥିଲେ ଯେ ନିର୍ବାଚନରେ ସେ ହିଁ ସତ୍ୟବାଦୀରୁ ବିଧାୟକ ପ୍ରାର୍ଥୀ ହେବେ । ଏହାପରେ ଉମା-ସଂଜୟ ବିବାଦ ତେଜିଥିଲା । ହେଲେ ଶୀର୍ଷ ନେତା ଏହାକୁ ନେଇ ଆଲୋଚନା କରିବା ପରେ କିଏ କେଉଁଠୁ ପ୍ରାର୍ଥୀ ହେବେ ତାହା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

Advertisment

ସୁତ୍ର ଅନୁସାରେ, ସତ୍ୟବାଦୀରୁ ଲଢିବା ପାଇଁ ସଂଜୟ ଦାସ ବର୍ମା ଏକପ୍ରକାର ଫାଇନାଲ । ଶଙ୍ଖଭବନରେ ବୁଧବାରଦିନ ବିବାଦର ମୀମାଂସା ହୋଇପାରିନଥିଲା । ଶେଷରେ ନବୀନନିବାସରେ ବୈଠକ ପରେ ଉମା-ସଂଜୟ ବିବାଦର ସମାଧାନ ହୋଇଥିବା କୁହାଯାଉଛି । ଏପରିକି ଉମା ସାମନ୍ତରାୟଙ୍କୁ ବ୍ରହ୍ମଗିରି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କୁହାଯାଉଛି, ସତ୍ୟବାଦୀରୁ ଲଢିବା ପାଇଁ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ବିଜେଡି ଏକପ୍ରକାର ଗ୍ରୀନ ସିଗନାଲ ଦେଇଛି । ସେହିଭଳି ସତ୍ୟବାଦୀର ଦୁଇ ଦୁଇ ଥର ବିଧାୟକ ଉମା ସାମନ୍ତରାୟ ବ୍ରହ୍ମଗିରରୁ ବିଜେଡି ପ୍ରାର୍ଥୀ ହେବେ ବୋଲି ଆପାତତଃ ସ୍ଥିର ହୋଇଛି । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏହି ଦୁଇ ନେତାଙ୍କ ସହ ବୁଧବାର ମାରାଥନ ବୈଠକ ହୋଇଥିଲା । ଶଙ୍ଖଭବନ ପରେ ନବୀନ ନିବାସ ଯାଇଥିଲେ ଉମା ସାମନ୍ତରାୟ ଓ ସଂଜୟ ଦାସ ବର୍ମା । ଆଉ ଆସନ ଅଦଳବଦଳ ପାଇଁ ଦୁଇନେତାଙ୍କୁ ବିଜେଡି ମନାଇଥିବା ଚର୍ଚ୍ଚା ହେଉଛି ।

ଏବେ ଆସନ୍ତୁ ଜାଣିବା କାହିଁକି ହେବ ଆସନ ଅଦଳବଦଳ
ଆସନ ଅଦଳବଦଳ କାହିଁକି?
-ସଂଜୟଙ୍କୁ ମୈଦାନକୁ ଆଣି ପୁରୀ ରାଜନୀତିକୁ ଶାଣିତ କରିବାକୁ ଚାହୁଁଛି ବିଜେଡି
-ବିଜେଡିର ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ ଅନୁସାରେ ସତ୍ୟବାଦୀରେ ଉମାଙ୍କ ଲୋକପ୍ରିୟତା କମିଛି
-ତେଣୁ ଅଦଳବଦଳ ପ୍ରକ୍ରିୟାକୁ ଆପଣାଇ ସଂଜୟଙ୍କୁ ମୈଦାନକୁ ଆଣିବାକୁ ଚାହିୁଁଛି ଦଳ
-ପଂଚାୟତ ନିର୍ବାଚନରେ ବ୍ଲକ ଅଧ୍ୟକ୍ଷ ସହ ୩ ଜିଲ୍ଲା ପରିଷଦ ଆସନ ହରାଇଥିଲା ବିଜେଡି
-ଏହାକୁ ନେଇ ଉମାଙ୍କ ଉପରେ ଅସନ୍ତୋଷ ଥିଲେ ଦଳୀୟ ନେତୃତ୍ୱ
ଏଠାରେ ପ୍ରଶ୍ନ ଉଠୁଛି,
ବ୍ରହ୍ମଗିରିରୁ ଉମା ଲଢିବେ ତ?
ଦଳୀୟ ନିଷ୍ପତ୍ତିକୁ ଗ୍ରହଣ କରିବେ ନା ବିଦ୍ରୋହୀ ସାଜିବେ?