କନକ ବ୍ୟୁରୋ: ଗୋଟିଏ ମଂଚରେ ପୁରୀର ଦୁଇ ହେଭିୱେଟ୍ ନେତା ସଂଜୟ ଦାସବର୍ମା ଓ ଉମା ସାମନ୍ତରାୟ । ନିର୍ବାଚନ ପାଇଁ ବ୍ରହ୍ମଗିରି ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର କିଛି ନେତାଙ୍କୁ ନେଇ ପୁରୀରେ ଗୁପ୍ତ ବୈଠକ କରିଛନ୍ତି ବିଜେଡିର ଏହି ଦୁଇ ନେତା । ପୁରୀସ୍ଥିତ ଏକ ଘରୋଇ ହୋଟେଲରେ ଏହି ବୈଠକରେ ଦୁଇ ନିର୍ବାଚନ ମଣ୍ଡଳୀରେ ଶତାଧିକ ଶୀର୍ଷ କର୍ମୀ ଉପସ୍ଥିତ ଥିଲେ । ତେବେ ଗୋଟିଏ ମଂଚରେ ସଂଜୟ ଓ ଉମାଙ୍କୁ ଏକାଠି ବସିଥିବାର ଦେଖି ଉଭୟଙ୍କ ମଧ୍ୟରେ ଥିବା କଳି ତୁଟିଯାଇଛି, ମନ ମିଶିଛି ବୋଲି ଚର୍ଚ୍ଚା ହେଉଛି । ଗତକାଲି ପୁରୀ ସଂସଦୀୟ କ୍ଷେତ୍ର ନେତାଙ୍କୁ ନେଇ ନବୀନ ନିବାସରେ ବୈଠକ ପରେ ଆଜି ପୁରୀ ବୈଠକକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ ମାସରେ ଦୁଇ ଶୀର୍ଷ ନେତାଙ୍କ ଭିନ୍ନ ଭିନ୍ନ ବୈଠକ ସାମ୍ନାକୁ ଆସିଥିଲା । ପରେ ଉମା ସାମନ୍ତରାୟ ଓ ସଂଜୟ ଦାସବର୍ମାଙ୍କୁ ନେଇ ଶଙ୍ଖ ଭବନରେ ବୁଝାସୁଝା କରିଥିଲେ ସାଂଗଠନିକ ସମ୍ପାଦକ ।
ଗୋଟିଏ ମଞ୍ଚରେ ଏକାଠି ହେଲେ ସଂଜୟ ଦାସବର୍ମା ଓ ଉମା ସାମନ୍ତରାୟ: ବ୍ରହ୍ମଗିରି ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ନେଇ ପୁରୀରେ ଗୁପ୍ତ ବୈଠକ
/kanak/media/post_attachments/wp-content/uploads/2024/03/16-20.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)