ଯୋଜନା ବୋର୍ଡ ଉପାଧ୍ୟକ୍ଷ ହେଲେ ସଞ୍ଜୟ ଦାସବର୍ମା । କ୍ୟାବିନେଟ୍ ପାହ୍ୟା ସହ ସଞ୍ଜୟଙ୍କୁ ନୂଆ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Advertisment
ଯୋଜନା ବୋର୍ଡ ଉପାଧ୍ୟକ୍ଷ ହେଲେ ସଞ୍ଜୟ ଦାସବର୍ମା । କ୍ୟାବିନେଟ୍ ପାହ୍ୟା ସହ ସଞ୍ଜୟଙ୍କୁ ନୂଆ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ: ବ୍ରହ୍ମଗିରିରି ପୂର୍ବତନ ବିଧାୟକ ସଞ୍ଜୟ ଦାସ ବର୍ମାଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଏହି ପଦ ପାଇବା ସହ ସଞ୍ଜୟଙ୍କୁ କ୍ୟାବିନେଟ ରାଙ୍କ ମିଳିବ । ଆଜି ସକାଳେ ଡକରା ପାଇଁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସଞ୍ଜୟ ଦାସ ବର୍ମା । ତାଙ୍କୁ ରାଜ୍ୟସଭା ଯିବାକୁ ଅଫର ଦିଆଯାଇଥିଲା । କିନ୍ତୁ ସଞ୍ଜୟ ଦିଲ୍ଲୀ ଯିବାକୁ ମନା କରିବା ସହ ରାଜ୍ୟରେ ରହି କାମ କରିବାକୁ ଇଚ୍ଛାପ୍ରକାଶ କରିଥିବା ଜଣାଯାଇଛି । ଏହାପରେ ତାଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଦାୟିତ୍ବ ପ୍ରଦାନ କରିଛନ୍ତି। ସଞ୍ଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ଏଥିସହ ସଞ୍ଜୟ ଦାସବର୍ମାଙ୍କୁ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀର ମର୍ଯ୍ୟାଦା ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନାଯୋଗ୍ୟ ସଞ୍ଜୟ ଦାସବର୍ମା ଗତ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ। ତାଙ୍କ ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଜୟୀ ହୋଇଥିଲେ। ସ୍ବର୍ଗତ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଭାଇ ହେଉଛନ୍ତି ଲଳିତେନ୍ଦୁ। ଗତ ନିର୍ବାଚନରେ ସଞ୍ଜୟଙ୍କୁ ୮୫ ହଜାର ୩୬୦ଖଣ୍ଡ ଭୋଟ ମିଳିଥିଲା ବେଳେ ଲଳିତେନ୍ଦୁଙ୍କୁ ମିଳିଥିଲା ୮୭ହଜାର ୯୯୩ଟି ଭୋଟ। ତେବେ ମାତ୍ର ୨ହଜାର ୫୭୩ ଭୋଟ ବ୍ୟବଧାନରେ ଲଳିତେନ୍ଦୁଙ୍କଠାରୁ ପରାଜିତ ହୋଇଥିଲେ ସଞ୍ଜୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe