କରୋନା ଭୂତାଣୁକୁ ପ୍ରତିହତ କରିବା ରାଜ୍ୟର ବିଭିନ୍ନ ସହରରେ ଚାଲିଛି ବିଶୋଧନ: ଅଗ୍ନିଶମ ବିଭାଗ ପକ୍ଷରୁ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ କରାଯାଉଛି ରସାୟନିକ ସିଞ୍ଚନ

304

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ସହର ଭିତରେ ଚାଲିଛି ବିଶୋଧନ । କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇରେ ପ୍ରଶାସନ ସହାୟତାରେ ସର୍ବସାଧାରଣ ସ୍ଥାନକୁ କରାଯାଉଛି ବିଶୋଧନ । ତର ବିଶୋଧକ ବ୍ୟବହାର କରି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ବିଶୋଧନ କରାଯାଉଛି । ଗତକାଲି ଡାକ୍ତରଖାନାରେ ବିଶୋଧନ କରାଯାଇଥିବା ବେଳେ ଆଜି ପ ର୍ଯ୍ୟାୟକ୍ରମେ ପଟ୍ଟାମୁଣ୍ଡାଇ ସହରର ବିଭିନ୍ନ ସ୍ଥାନରେ ବିଶୋଧନ କରାଯାଉଛି ।

ସମ୍ଭାବ୍ୟ କରୋନା ସଂକ୍ରମଣ ରୋକିବା ପାଇଁ ନବରଙ୍ଗପୁର ସହରରେ ରସାୟନିକ ବିଶୋଧନ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଗାଡି ସାହାଯ୍ୟରେ ବିଶୋଧନ କ୍ଲୋରିନ୍ ମିଶା ପାଣି ସିଂଚନ କରିଯାଉଛି । ପୂର୍ବରୁ କେବଳ ଔଷଧ ଦୋକାନକୁ ଛାଡି ଦେଲେ ବାକି ପନି ପରିବା ଓ ଗ୍ରସରୀ ଦୋକାନ ଦିନ ୭ଟାରୁ ୧୧ଟା ଯାଏଁ ଖୋଲା ରହୁଛି । ଭୂତାଣୁ ସଂକ୍ରମଣ ଦାଉରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଏମିତି ଅନେକ ପଦକ୍ଷେପ ନେଇଛି ।