କରୋନା ଯୁଦ୍ଧର କୁନି ଯୋଦ୍ଧା ସାଜିଲେ ନବରଙ୍ଗପୁର ଦୁଇ ଭାଇ ଅନୁରାଗ ଓ ଦେବରାଜ: କୁମ୍ପି ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଲେ ଟଙ୍କା

ସେପଟେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା: ମାଲକାନଗିରିରେ ସଫେଇ କର୍ମଚାରୀଙ୍କୁ ଫୁଲ ଦେଇ-ଚନ୍ଦନ ଲଗାଇ ସ୍ୱାଗତ କଲେ ଲୋକ

505

କନକ ବ୍ୟୁରୋ: କରୋନା ସହ ମୁକାବିଲା ଦିଗରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପରି ସଫେଇ କର୍ମଚାରୀ ମାନେ ମଧ୍ୟ ଆମକୁ ସୁରକ୍ଷିତ ରଖିବା ଦିଗରେ ଗୁରୁତ୍ୱପୁର୍ଣ୍ଣ ଭୁମିକା ଗ୍ରହଣ କରି ଆସିଛନ୍ତି । ଆଉ ସେଇ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଦେବା ଲାଗି ଆଗେଇ ଆସିଛି ମାଲକାନଗିରି ସଦର ମହକୁମାର ମହେଶ୍ୱରୀ ଯୁବ ସଙ୍ଗଠନ । ମହେଶ୍ୱରୀ କଲୋନୀରେ ସଫେଇ କରିବାକୁ ଆସି ଥିବା ସମସ୍ତ କର୍ମଚାରୀଙ୍କୁ ଘଂଟ ଘଂଟା ବଜାଇ, ଫୁଲ ଓ ଚନ୍ଦନ ଲଗାଇ ସ୍ୱାଗତ କରିଛନ୍ତି ମହେଶ୍ୱରୀ ସମାଜର ମହିଳା ଓ ପୁରୁଷମାନେ ।

ଅନ୍ୟପଟେ, କୁମ୍ପି ଭାଙ୍ଗି କରୋନା ପାଇଁ ସହଯୋଗ କଲେ କୁନି କୁୁନି ପିଲା । ରାମ ସେତୁ ବାନ୍ଧିବା ପାଇଁ ଗୁଣ୍ଡୁଚି ମୂଷାର ସହଯୋଗ ଭଳି କରୋନା ଲଢେଇ ପାଇଁ ସହଯୋଗ କରୁଛନ୍ତି ଦୁଇ ନାବାଳକ । ଏମିତି ଏକ ଖବର ଆସିଛି ନବରଙ୍ଗପୁର ଜିଲ୍ଲାରୁ । ବାପା-ମାଆଙ୍କ ଠାରୁ ଆଣିଥିବା ପକେଟ ମନିକୁ କୁମ୍ପିରେ ରଖିଥିଲେ । ଆଉ ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ସରକାର ଏକ ପ୍ରକାର ଯୁଦ୍ଧ କରୁଥିବା ବେଳେ ଏଥିରେ ଯୋଦ୍ଧା ସାଜିଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟର ବରୁଣ ହାଲଦାରଙ୍କ ଦୁଇ ପୁଅ ଅନୁରାଗ ଓ ଦେବଜିତ୍ । ଏହି ଦୁଇ ଭାଇ ୨ ବର୍ଷ ଧରି କୁମ୍ପିରେ ସଂଚୟ କରୁଥିବା ଅର୍ଥକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।