କନକ ବ୍ୟୁରୋ: ସଫେଇ କର୍ମୀଙ୍କ ମହାନତା । ଫେରାଇଲେ ଅଳିଆ ଗଦାରୁ ପାଇଥିବା ସୁନା ଚେନ ଓ ଲକେଟ୍ । ଭୁବନେଶ୍ୱର ଇନଫୋସିଟି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳଛି । ସ୍ଥାନୀୟ ଅଞ୍ଚଳର ଅର୍ପିତା ସାହୁଙ୍କ ସୁନା ଚେନ ଓ ଲକେଟ ଭୁଲବଶତଃ ଅଳିଆ ଗଦାରେ ପଡିଯାଇଥିଲା । ଚାରିଆଡେ ଖୋଜାଖୋଜି କରି ନପାଇବା ପରେ ପ୍ରଶାନ୍ତି ବିହାରରେ ଥିବା ୱେଲଥ ସେଣ୍ଟର ପହଞ୍ଚି ପଚରାଉଚରା କରିଥିଲେ । ଶେଷରେ ସଫେଇ କରୁଥିବା କର୍ମୀମାନେ ଅଳିଆ ଗଦାରୁ ସୁନା ଚେନ ଓ ଲକେଟ ପାଇବା ପରେ ଅର୍ପିତାଙ୍କୁ ହସ୍ତାନ୍ତର କରିଛନ୍ତି । ସଫେଇ କର୍ମୀଙ୍କ ଏଭଳି ମହାନ କାର୍ଯ୍ୟ ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।