କାଲି ଲୋକସେବା ଭବନରେ ହେବ ‘ବିଧାନସଭା’ର ସ୍ୱତନ୍ତ୍ର ଅଧିବେଶନ: ସାନିଟାଇଜ୍ ହେଲା ଲୋକସେବା ଭବନ

ଓଡିଶା ଅଗ୍ନିଶମ ସେବା ସଦସ୍ୟଙ୍କ ସହାୟତାରେ ଚାଲିଛି କାମ

614

କନକ ବ୍ୟୁରୋ: ଆସନ୍ତାକାଲି ଲୋକସେବା ଭବନରେ ହେବ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ । ଏହି ଅଧିବେଶନ ଗୋଟିଏ ଦିନ ବସିବ । ତେବେ ଏହା ପୂର୍ବରୁ ଲୋକସେବା ଭବନକୁ କରାଯାଉଛି ସାନିଟାଇଜ । ଓଡିଶା ଅଗ୍ନିଶମ ସେବା କର୍ମଚାରୀ ମାନେ ଆଜି ଲୋକସେବା ଭବନକୁ ବିଶୋଧନ କରିଛନ୍ତି ।

ଅନ୍ୟପଟେ ବିଧାନସଭା ଡିସପେନସାରୀ ଡାକ୍ତର ଲଳିତ ମୋହନ ବେହେରାଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିଛି ଓମସା । ଓମସା କହିଛନ୍ତି , ସଂପୃକ୍ତ ଡାକ୍ତର ତୃତୀୟ କରୋନା ରୋଗୀଙ୍କ ସଂସ୍ପ୍ରର୍ଶରେ ଆସିନାହାନ୍ତି କିମ୍ବା ତାଙ୍କୁ କେବେ ବି ଚେକ୍ କରିନାହାନ୍ତି ।

ତେଣୁ ସରକାର ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରନ୍ତୁ । ଏହି ସମୟରେ ଡାକ୍ତର ଅଭାବକୁ ପୂରଣ କରିବାରେ ଏହା ସକ୍ଷମ ହେବ ବୋଲି ଦାବି କରିଛି ଓମସା । ସେହିଭଳି ଡାକ୍ତର ଓ ପାରା ମେଡିକାଲ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ ମାସର ଆଗୁଆ ଦରମା ଘୋଷଣାକୁ ଓମସା ପକ୍ଷରୁ ସ୍ୱାଗତ କରାଯାଇଛି ।