କନକ ବ୍ୟୁରୋ : ସଫେଇ କର୍ମଚାରୀଙ୍କ ଧର୍ମଘଟ । ରାଜଧାନୀରେ ୨୧ଟି ୱାର୍ଡର ସଫେଇ କର୍ମଚାରୀ ରାଜମହଲ ଛକରେ ଧର୍ମଘଟ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଓ ଔରଲାଣ୍ଡ ଏଜେନ୍ସି ବିରୋଧରେ ରାଜରାସ୍ତାରେ ଏକାଠି ହୋଇଛନ୍ତି ଶହ ଶହ ସଫେଇ କର୍ମଚାରୀ । ସଫେଇ କର୍ମଚାରୀଙ୍କ ସୁରକ୍ଷା, ବୋନସ, ୧୫ ହଜାର ଟଙ୍କା ବେତନ ଓ ପେନସନ ଦାବି କରିବା ସହ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପନୁଃ ନିଯୁକ୍ତି ଦାବିରେ ଏକାଠି ହୋଇଛନ୍ତି ଶହ ଶହ କର୍ମଚାରୀ ।

Advertisment