ମହିଳାଙ୍କ ମାସିକ ଋତୁସ୍ରାବ ସମୟରେ ତାଙ୍କ ସ୍ୱାସ୍ଥ୍ୟକୁ ଆହୁରି ଉନ୍ନତ କରିବା ପାଇଁ ଜନ ଔଷଧ କେନ୍ଦ୍ର ମାନଙ୍କରେ ଏବେ ମାତ୍ର ୧ ଟଙ୍କାରେ ସାନିଟାରୀ ନାପକିପ୍ ମିଳିବ । ଯାହା ବର୍ତ୍ତମାନ ୨.୫୦ ଟଙ୍କାରେ ଗ୍ରାହକଙ୍କୁ ମିଳିବ । ଦେଶରେ ଥିବା ଜନ ଔଷଧ କେନ୍ଦ୍ରରେ ବାୟୋଡିଗ୍ରେଡେବଲ୍ ସାନିଟାରୀ ନାପକିନ୍ ସୁବିଧା ଅଗଷ୍ଟ ୨୭ ତାରିଖରୁ ମାତ୍ର ୧ ଟଙ୍କାରେ ଗ୍ରାହକଙ୍କୁ ମିଳିବ । ଏବେ ପର୍ଯ୍ୟନ୍ତ ୪ ଟି ନାପକିନ୍ ୧୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ଏହା ୪ ଟଙ୍କାରେ ମିଳିବ । ତେବେ ଦେଶର ୫୫୦୦ ଟି ଔଷଧ କେନ୍ଦ୍ରରେ ଏହି ନାପକିନ୍ ମିଳିବ । ତେବେ ଦାମ୍ କମିବା ସହ ଏହି ନାପକିନ୍ ର କ୍ୱାଲିଟିରେ କୌଣସି ଫରକ ଆସିବ ନାହିଁ । ବର୍ତ୍ତମାନ ବଜାରରେ ଏହି ନାମକିନ୍ ର ଦାମ୍ ୬ ରୁ ୮ ଟଙ୍କା ରହିଛି । କିନ୍ତୁ ଔଷଧ କେନ୍ଦ୍ରରେ ଏହା ମାତ୍ର ୧ ଟଙ୍କାରେ ଉପଲବ୍ଧ ହେବ ।
ଆପଣଙ୍କୁ କହିରଖୁଛୁ ବାୟୋଡିଗ୍ରେଡେବଲ୍ ର ଅର୍ଥ ହେଉଛି ଏଭଳି ଏକ ପଦାର୍ଥ ଯାହା କୌଣସି ବ୍ୟାକ୍ଟେରିୟା ଏବଂ ଜୀବଜନ୍ତୁକୁ ନଷ୍ଟ କରିବ । ଏଥିରେ ଭବିଷ୍ୟତରେ ପରିବେଶ ମଧ୍ୟ ଦୂଷିତ ହୋଇନଥାଏ । ଏହି ନାପକିନ୍ ବ୍ୟବହାର କରିବା ପରେ ବ୍ୟାକ୍ଟେରିୟା ଏବଂ ଜୀବଜନ୍ତୁ ଏହାକୁ ନଷ୍ଟ କରିଦେଇଥାନ୍ତି । ଆପଣଙ୍କୁ କହିରଖୁଛୁ ବଜାରରୁ ମିଳୁଥିବା ସିନ୍ଥେଟିକ୍ ଫାଇବର୍ ଭଳି ପ୍ଲାଷ୍ଟିକରେ ପ୍ରସ୍ତୁତ ହୋଇଥିବା ସାନିଟାରୀ ନାପକିନ୍ ପରିବେଶକୁ ଅଧିକ ଦୂଷିତ କରିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/img-20180312-5aa64dfd50bdc.jpg)
/kanak/media/post_attachments/wp-content/uploads/2019/08/Capture-2-300x229.png)