ସାନିଟାରୀ ନାପକିନ ଜରିଆରେ ସ୍ୱଚ୍ଛତାର ବାର୍ତ୍ତା ଦେଲେ କେନ୍ଦ୍ରମନ୍ତ୍ରୀ : ଓଡିଶାରେ ୧୦୦ଟି ଉଜ୍ୱଳା ନାପକିନ୍ ଯୋଗାଣ କେନ୍ଦ୍ର ଉଦଘାଟିତ

ସ୍ୱଚ୍ଛତା ସହ ମହିଳାଙ୍କୁ ଯୋଗାଇବ କର୍ମ ନିଯୁକ୍ତି

156

କନକ ବ୍ୟୁରୋ : ସାନିଟାରୀ ନାପକିନ୍ ଜରିଆରେ ସ୍ୱଚ୍ଛତାର ବାର୍ତ୍ତା ଦେଲେ କେନ୍ଦ୍ରମନ୍ତ୍ରୀ । ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଲା ସାନିଟାରୀ ନାପକିନ୍ ଯୋଗାଣ । ଭୁବନେଶ୍ୱରରେ ଉଜ୍ୱଳା ସାନିଟାରୀ ନାପକିନ ପ୍ରସ୍ତୁତି ଓ ଯୋଗାଣ କେନ୍ଦ୍ରର ଉଦଘାଟନ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ବ୍ୟତୀତ କାର୍ଯ୍ୟକ୍ରମରେ ଅଭିନେତ୍ରୀ ମହାଶ୍ୱେତା ଓ ଅପରାଜିତାଙ୍କ ସମେତ ଅନେକ ବିଜେପି ନେତା ଯୋଗ ଦେଇଥିଲେ ।

“ନାରୀର ସ୍ୱଚ୍ଛତା ପାଇଁ ଅତି ଆପଣାର’’ ସ୍ଲୋଗାନ୍ ସହ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଓଡିଶାରେ ଆଜି ଏଭଳି ୧୦୦ଟି ସାନିଟାରୀ ନାପକିନ ପ୍ରସ୍ତୁତି ଓ ଯୋଗାଣ କେନ୍ଦ୍ରର ଉଦଘାଟନ ହୋଇଛି । ଏହି ସେଂଟର ଜରିଆରେ ବହୁ ମହିଳା କର୍ମ ନିଯୁକ୍ତି ପାଇବା ସହ ସୁଲଭ ମୂଲ୍ୟରେ ମହିଳା ନାପକିନ ପାଇପାରିବେ ବୋଲି କୁହାଯାଇଛି ।