ପଡିଆ ମଝିରେ ସୋଏବଙ୍କୁ ଜୀଜା ଜି ଡାକିଲେ କ୍ରିକେଟ ପ୍ରଂଶସକ, ଭିଡ଼ିଓ ସେୟାର କରିବା ସହ ସାନିଆ ଲେଖିଲେ କିଛି ଏମିତି… ।

184

କନକ ବ୍ୟୁରୋ : ପାକିସ୍ତାନ ଠାରୁ ଟିମ୍ ଇଣ୍ଡିଆ ପରାଜିତ ହେବା ପରେ ଭାରତୀୟ କ୍ରିକେଟପ୍ରେମୀ ନିରାଶ ହୋଇଛନ୍ତି । କିନ୍ତୁ ଅନ୍ୟପଟେ ବିଶ୍ୱକପରେ ପ୍ରଥମଥର ଭାରତକୁ ପରାଜିତ କରିଥିବାରୁ ପାକିସ୍ତାନ କ୍ରିକେଟପ୍ରେମୀଙ୍କ ଖୁସି କହିଲେ ନସରେ । ତେବେ ଭାରତ-ପାକିସ୍ତାନ ମ୍ୟାଚରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ଉଭୟ ଦେଶର ଖେଳାଳୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛି । କାରଣ ମ୍ୟାଚ୍ ଚାଲୁଥିବା ବେଳେ ପଡିଆ ମଝିରେ କିଛି ଫ୍ୟାନ୍ ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକଙ୍କୁ ଜୀଜା ଜି ଜୀଜା ଜୀ କହୁଥିଲେ । ଆଉ ଏହାର ଭିଡ଼ିଓ ଏବେ ଭାଇରାଲ ହୋଇଛି । ସୋଏବଙ୍କ ପତ୍ନୀ ସାନିଆ ନିଜେ ଏହି ଭିଡ଼ିଓକୁ ରିଟ୍ୱିଟ୍ କରିଛନ୍ତି ।

ସାନିଆ ମିର୍ଜା ନିଜ ଟ୍ୱିଟର ଆକାଉଣ୍ଟରୁ ଏହି ଭିଡ଼ିଓ ସେୟାର କରିବା ସହ ସ୍ମାଇଲ ଓ ଲଭ୍ ଇମୋଜି ଦେଇଛନ୍ତି । ଯାହା ଦର୍ଶାଉଛି ଯେ, ସାନିଆଙ୍କୁ ଏହି ଭିଡ଼ିଓ ବେଶ ପସନ୍ଦ ଆସିଛି । ତେବେ ସାନିଆ ଏହି ଭିଡ଼ିଓ ସେୟାର କରିବା ପରେ ଜଣେ ଫ୍ୟାନ୍ କହିଛନ୍ତି ସୋଏବ ମଲ୍ଲିକ ୧୯୯୯ ମସିହାରୁ ପାକିସ୍ତାନ ପକ୍ଷରୁ ଖେଳି ଆସୁଛନ୍ତି । କିନ୍ତୁ ସାନିଆ ଓ ସୋଏବଙ୍କୁ ଦେଖିବା ପରେ ଲାଗୁନି ଯେ ଉଭୟଙ୍କ ବୟସ ବଢୁଛି । ମାତ୍ର ୧୭ ବର୍ଷ ବୟସରେ ପାକିସ୍ତାନ ପକ୍ଷରୁ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ ସୋଏବ ମଲ୍ଲିକ ।

ଏହା ପ୍ରଥମ ଥର ନୁହେଁ ଯେବେ ସୋଏବ ମଲ୍ଲିକଙ୍କ ସହ ଏଭଳି ଘଟଣା ଘଟିଛି । ୨୦୧୮ ଏସିଆ କପରେ ମଧ୍ୟ ସୋଏବଙ୍କ ସହ ଏଭଳି ଘଟିଥିଲା । ବାଉଣ୍ଡରୀ ଲାଇନରେ ଜଗିଥିବା ବେଳେ ଭାରତୀୟ ପ୍ରଂଶସକ ମାନେ ସୋଏବଙ୍କୁ ଜୀଜା ଜୀ ଟିକେ ବୁଲିକି ଚାହଁ ବୋଲି ଡାକିଥିଲେ । ସୋଏବ ମଲ୍ଲିକ ମଧ୍ୟ ବୁଲିକି ଚାହିଁବା ସହ ହାତ ହଲାଇ ପ୍ରତି ଉତ୍ତର ଦେଇଥିଲେ । ଏହାପୂର୍ବରୁ ସାନିଆ ମିର୍ଜା ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ କହିଥିଲେ ଏହି ମ୍ୟାଚ୍ ପାଇଁ ସେ ସୋସିଆଲ ମିଡ଼ିଆରୁ ଦୂରେଇ ରହିବେ । କାରଣ ଭାରତ-ପାକିସ୍ତାନ ମ୍ୟାଚ୍ ହେଲେ ସାନିଆ ମିର୍ଜାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଥାଏ ।