କନକ ବ୍ୟୁରୋ: ଭାରତୀୟ ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜା ନିଜ ପ୍ରଫେସନାଲ କାରିଅରରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି । ଫେବ୍ରୁଆରୀ ୧୯ ତାରିଖରେ ଦୁବାଇରେ ଖେଳା ଯିବାକୁ ଥିବା ଚ୍ୟାମ୍ପିଅନସିପରେ ସେ ଶେଷ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ସୂଚନା ଦେଇଛନ୍ତି ।

Advertisment

ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକଙ୍କ ଠାରୁ ଛାଡପତ୍ର ଖବର ଭିତରେ ପ୍ରଶଂସକଙ୍କୁ ଆଉ ଏକ ଝଟକା ଦେଇଛନ୍ତି ଟେନିସ୍ ଷ୍ଟାର ସାନିଆ ମିର୍ଜା । ଆଣ୍ଠୁରେ ସମସ୍ୟା ଯୋଗୁଁ ସେ ଆଉ ଖେଳିବେ ନାହିଁ ବରଂ ଖେଳରୁ ପୁରା ସନ୍ନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି । ତେବେ ଫେବ୍ରୁଆରୀ ୧୯ ରେ ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଥିବା ଡବ୍ଲୁଟିଏ ୧୦୦୦ ଇଭେଣ୍ଟରେ ଶେଷ ଥର ପାଇଁ ଖେଳିବେ ସାନିଆ ।

୩୬ ବର୍ଷିୟା ସାନିଆ ଡବଲ୍ସରେ ବିଶ୍ୱର ୧ ନମ୍ବର ମାନ୍ୟତା ପାଇସାରିଛନ୍ତି । ଗତ ବର୍ଷ ଖେଳରୁ ସନ୍ନ୍ୟାସ ନେବାର ସୂଚନା ଦେଇଥିଲେ ବି ଆଣ୍ଠୁରେ ସମସ୍ୟା ଯୋଗୁଁ ଖୁବ୍ ଶୀଘ୍ର ଏହି ନିଷ୍ପତ୍ତି ନେଇଛନ୍ତି । ଫେବ୍ରୁଆରୀରେ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଖେଳିବେ ସାନିଆ ।