ଚିୟର କଲେ ସାନିଆ, ଅର୍ଦ୍ଧଶତକ ହାସଲ କଲେ ସୋଏବ । ମାତ୍ର ୧୮ଟି ବଲରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କଲେ ସୋଏବ ମଲ୍ଲିକ । 

121

କନକ ବ୍ୟୁରୋ : ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନ ଦମଦାର ପ୍ରଦର୍ଶନ ସହ ସେମିଫାଇନାଲରେ ପ୍ରବେଶ କରିଛି । ୫ରୁ ୫ଟି ମ୍ୟାଚରେ ବିଜୟୀ ହୋଇ ପାକିସ୍ତାନ ଚଳିତ ବିଶ୍ୱକପରେ ଏଯାବତ ଅପରାଜେୟ ରହିଛି । ତେବେ ଗତକାଲି ସ୍କଟଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଶେଷ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ପାକିସ୍ତାନ । ଖାସକରି ଗତକାଲିର ମ୍ୟାଚରେ ସୋଏବ ମଲ୍ଲିକଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ମାତ୍ର ୧୮ଟି ବଲରୁ ଦ୍ରୁତ ଅର୍ଦ୍ଧଶତକ କରିବା ସହ ପାକିସ୍ତାନକୁ ବଡ ସ୍କୋର ଛିଡା କରିବାରେ ସାଥ୍ ଦେଇଥିଲେ ମଲ୍ଲିକ ।

ସୋଏବ ମଲ୍ଲିକ ନିଜର ଏହି ପାଳିରେ ୬ଟି ଛକା ମାରିଥିବା ବେଳେ ଚଳିତ ବିଶ୍ୱକପରେ ପାକିସ୍ତାନ ପକ୍ଷରୁ ସବୁଠୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ । ପଡିଆରେ ଯେତେବେଳେ ସୋଏବ ବିଶାଳକାୟ ଛକା ମାରୁଥିଲେ ସେତେବେଳେ ଷ୍ଟାଣ୍ଡରେ ପତ୍ନୀ ସାନିଆ ମିର୍ଜା ଚିୟର ଅପ କରୁଥିଲେ । ତାଳିମାରି ସୋଏବଙ୍କ ଇନିଂସର ମଜା ଉଠାଉଥିଲେ ସାନିଆ ।

 

View this post on Instagram

 

A post shared by ICC (@icc)

ଶେଷ ଓଭରରେ ସୋଏବ ଷ୍ଟ୍ରାଇକରେ ଥିବା ବେଳେ ପାକିସ୍ତାନ ୨୬ ରନ୍ କରିଥିଲା । ଶେଷ ଓଭରରେ ହିଁ ସୋଏବ ୩ଟି ଛକା ଓ ଗୋଟିଏ ଚୌକା ମାରିଥିଲେ । ପାକିସ୍ତାନ ସୁପର ଲିଗରେ ଦମଦାର ପ୍ରଦର୍ଶନ ପରେ ସୋଏବଙ୍କୁ ଟି-୨୦ ବିଶ୍ୱକପ ଦଳରେ ସାମିଲ କରାଯାଇଥିଲା । ଆଉ ବିଶ୍ୱକପରେ ମଧ୍ୟ ସୋଏବଙ୍କ ଠାରୁ ଏକ ବିସ୍ଫୋରକ ଇନିଂସ ଦେଖିବାକୁ ମିଳିଛି ।