କନକ ବ୍ୟୁରୋ : ରାଜସ୍ଥାନରେ ଲଗାଣ ବର୍ଷା ଆଣିଛି ବନ୍ୟା ସମସ୍ୟା । କିଛି ଦିନର ଲଗାଣ ବର୍ଷା ଯୋଗୁଁ ଅଧିକାଂଶ ନଦୀର ଜଳସ୍ତର ବେଶ ବୃଦ୍ଧି ପାଇଛି । ସେପଟେ ବାଂସାୱାଡ ଡ୍ୟାମରୁ ପାଣି ଛଡା ଯିବା ପରେ ନିକଟରେ ଥିବା ଗାଁରେ ବନ୍ୟା ଦେଖାଦେଇଛି । ଡ୍ୟାମ ନିକଟରେ ଥିବା ସଙ୍ଗମେଶ୍ୱର ମନ୍ଦିରର । ବନ୍ୟାପାଣି ଯୋଗୁଁ ବୁଡିଯାଇଛି ମନ୍ଦିର । ଦୃଶ୍ୟ ଦେଖିଲେ ଲାଗୁଛି କୌଣସି ନଦୀ ଭିତରେ ସତେ ଯେମିତି ମନ୍ଦିର ଛିଡା ହୋଇଛି । ସ୍ଥାନୀୟ ଅଂଚଳରେ ବନ୍ୟାର ପ୍ରଖର ସ୍ରୋତ ଯୋଗୁଁ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ସେପଟେ ଡଙ୍ଗା ସାହାର୍ଯ୍ୟରେ ମନ୍ଦିର ନିକଟରେ ପହଁଚି କିଛି ଲୋକ ମହାଦେବଙ୍କ ଦର୍ଶନ ମଧ୍ୟ କରିଛନ୍ତି । ସପ୍ତନଦୀର ସଙ୍ଗମ ଏବଂ ବାତ୍ୟା ପାଣିର ସମାହାରରେ ପ୍ରତିବର୍ଷ ପାଣିରେ ବୁଡ଼ିଥାନ୍ତି ବାବା ସଙ୍ଗମେଶ୍ୱରଦେବ । ବର୍ଷକ ୮ ମାସ ବନ୍ଦ ରହୁଥିବା ଏହି ମନ୍ଦିର ଦର୍ଶନ କରିବାକୁ ଆସନ୍ତି ଶୈବଭକ୍ତ ।

Advertisment