କନକ ବ୍ୟୁରୋ: ଆଜି ମହାପ୍ରଭୁଙ୍କ ନବମୀ ଦର୍ଶନ ବା ସଂଧ୍ୟା ଦର୍ଶନ । ସଂଧ୍ୟା ଦର୍ଶନକୁ ସୁବ୍ୟବସ୍ଥିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ସଂଧ୍ୟା ୭ଟା ପରଠାରୁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ସଂଧ୍ୟା ଦର୍ଶନ ପରେ ବାହୁଡା ନୀତିକାନ୍ତି କରାଯିବ ।
ଜନ୍ମବେଦୀରେ ଲୀଳାଖେଳ ସାରି କାଲି ଶ୍ରୀମନ୍ଦିରକୁ ବାହୁଡିବେ ମହାବାହୁ । ଭାଇ ଭଉଣୀଙ୍କୁ ସାଂଗରେ ଧରି ଫେରିଯିବେ ନୀଳକନ୍ଦର । ସୁରୁଖୁରରେ ଓ ଶୃଙ୍ଖଳିତ ନୀତିକାନ୍ତି ଭିତରେ ବାହୁଡା ଯାତ୍ରା ଯେପରି ସଂପନ୍ନ ହେବ ସେଥିପାଇଁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/vlcsnap-2017-07-02-10h11m19s182.png)