କନକ ବ୍ୟୁରୋ: ଦିଲ୍ଲୀରେ ଚମକିଲେ ଓଡିଆ ଝିଅ । ମିସେସ ଇଣ୍ଡିଆ ବିୟୁଟି କୁଇନ ହେଲେ ରାୟଗଡାର ବୋହୂ । ବଣମଲ୍ଲୀ ଆଉ ବଣରେ ଫୁଟି ମଉଳିଯାଉନି ବରଂ ତାର ମହକ ସାରା ଦେଶକୁ ବ୍ୟାପିଛି । ଆଉ କଲ୍ୟାଣସିଂହପୁର ଭଳି ଏକ ପଛୁଆ ଅଞ୍ଚଳରୁ ଦିଲ୍ଲୀ ଯାଇ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ରାୟଗଡାର ବିୟୁଟି କୁଇନ ସନ୍ଧ୍ୟା ଦଳାଇ ।

Advertisment

କଲ୍ୟାଣସିଂହପୁର ବିଜୟନଗର ଗାଁର ଝିଅ ତଥା ରାୟଗଡାର ବୋହୂ ସନ୍ଧ୍ୟା ପ୍ରଥମେ ଓଡିଶା ବ୍ୟୁଟି କୁଇନର କୃତିତ୍ୱ ହାସଲ କରିବା ପରେ ଚଳିତ ମାସ ଦିଲ୍ଲୀରେ ଅନୁଷ୍ଠିତ ସର୍ବଭାରତୀୟ ମିସେସ ଇଣ୍ଡିଆ ‘ୱାନ ଇନ୍ ଏ ମିଲିୟନ’ ପ୍ରତିଯୋଗିତାରେ ପିନ୍ଧିଛନ୍ତି ବିଜୟ ମୁକୁଟ । ସାରା ଭାରତରୁ ୬୦ ପ୍ରତିଯୋଗିଙ୍କୁ ପଛରେ ପକାଇ ଫ୍ରେସ ଫେସ୍ ଇଣ୍ଡିଆ ଟାଇଟେଲ୍ ହାସଲ କରିଛନ୍ତି ।

କଠିନ ପରିଶ୍ରମ ଓ ନିଜ ପରିବାରର ସହଯୋଗ ପାଇଁ ସନ୍ଧ୍ୟା ଆଜି ଏଭଳି ସ୍ଥାନରେ ପହଞ୍ଚି ପାରିଥିବା ବେଳେ ରାୟଗଡା ଭଳି ଜିଲ୍ଲାରୁ ଯାଇ ରାଜଧାନୀ ଦିଲ୍ଲୀରେ କରିଛନ୍ତି କମାଲ । ତେବେ ଆଗାମୀ ଦିନରେ ଆଫ୍ରିକା ଡର୍ବାନ ସହରରେ ହେବାକୁ ଥିବା ଆନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ସେ ଭାଗ ନେବାକୁ ଲକ୍ଷ୍ୟ ରଖଛନ୍ତି ।