କନକ ବ୍ୟୁରୋ : ପୁଷ୍ପା ଷ୍ଟାଇଲରେ ଓଡିଶାରେ ଚାଲାଣ ହେଉଥିଲା ରକ୍ତ ଚନ୍ଦନ କାଠ । ଆନ୍ଧ୍ର ପୁଲିସ ହାତରେ ଧରାପଡିଲେ ଅନ୍ତର୍ଜାତୀୟ ରକ୍ତ ଚନ୍ଦନ ତସ୍କରୀ ଗ୍ୟାଙ୍ଗର ୧୧ ଜଣ ସଦସ୍ୟ । ଏକ ଆଇଚର ଗାଡିରେ ୩୬୯ ଖଣ୍ଡ ରକ୍ତଚନ୍ଦନ କାଠ ବୋଝେଇ କରି ଚାଲାଣ କରାଯାଉଥିଲା । ଜବତ ଚନ୍ଦନ କାଠର ଓଜନ ୪ହଜାର ୨ଶହ କିଲୋଗ୍ରାମ । ଯାହାର ଅନୁମାନିକ ମୂଲ୍ୟ ଦୁଇ କୋଟିରୁ ଅଧିକ ହେବ ବୋଲି ଆନ୍ଧ୍ର ପୁଲିସ ସୂଚନା ଦେଇଛି ।
ଅଭିଯୁକ୍ତଙ୍କ ଠାରୁ ଗୋଟିଏ କାର, ନଗଦ ୩୫ ହଜାର ଟଙ୍କା ଓ ୧୪ଟି ମୋବାଇଲ ଫୋନ ଜବତ କରିଥିବା ସୂଚନା ମିଳିଛି । ଗିରଫ ୧୧ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଗଜପତି ଜିଲ୍ଲା ଗଣ୍ଡାହାତୀ ଅଞ୍ଚଳର ୪ ଜଣ ଥିବା ଜଣାପଡିଛି । ଏହି ଗ୍ୟାଙ୍ଗର ଅନ୍ୟ ୪ ଜଣ ଫେରାର ଥିବା ବେଳେ ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚଲାଇଥିବା ଶ୍ରୀକାକୁଲମ ଏସପି ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/09/6-4.jpg)