ଚୋରୀ ହେଉଛି ବରଗଡ ବାଲି ! ବିନା ଲିଜ୍ରେ ପ୍ରଶାସନ ନଜର ଆଢୁଆଳରେ ବେଆଇନ୍ ବାଲି ଚାଲାଣ କରି ମାଲାମାଲ୍ ମାଫିଆ ।

ନଦୀରୁ ଜେସିବି ସାହାର୍ଯ୍ୟ ଉତୋଳନ ହେଉଛି ଟ୍ରିପ୍ ଟ୍ରିପ୍ ବାଲି । ବଡ ବଡ ଗାଡିରେ ଭର୍ତି କରି ଜିଲ୍ଲା ବାହାରକୁ ଚାଲାଣ କରି ମାଲାମାଲ ହେଉଛନ୍ତି ବାଲି ମାଫିଆ ।

156
ନଦୀରୁ ଜେସିବି ସାହାର୍ଯ୍ୟ ଉତୋଳନ ହେଉଛି ଟ୍ରିପ୍ ଟ୍ରିପ୍ ବାଲି । ବଡ ବଡ ଗାଡିରେ ଭର୍ତି କରି ଜିଲ୍ଲା ବାହାରକୁ ଚାଲାଣ କରି ମାଲାମାଲ ହେଉଛନ୍ତି ବାଲି ମାଫିଆ । ଆଉ ରାଜସ୍ୱ ହରାଉଛି ପ୍ରଶାସନ । ଏଭଳି ବାଲି ଚୋରା କାରବାର ଚାଲିଛି ବରଗଡ ଜିଲ୍ଲା ପ୍ରଶାସନ ନଜର ଆଢୁଆଳରେ ଥିବା ବରଗଡ ସଦର ବ୍ଲକ ଗିରସୁଲ ନଦୀ ଧମନାମୁଣ୍ଡା ଘାଟରେ ।
ସୂଚନା ଅନୁଯାୟୀ, ନଦୀ ଖୋଳି ହାଇୱା ଡମ୍ଫରରେ ଭର୍ତି କରି ଚୋରା ଚାଲାଣ କରୁଛନ୍ତି ବାଲି ମାଫିଆ । ବେଆଇନ୍ ଭାବେ ଶହ ଶହ ଟ୍ରିପ୍ ବାଲି ଜିଲ୍ଲା ବାହାରକୁ ଚାଲାଣ କରୁଛନ୍ତି । ବରଗଡ ଜିଲ୍ଲା ସଦର ବ୍ଲକ ଗିରସୁଲ ନଦୀ ଧମନାମୁଣ୍ଡା ଘାଟ ନଦୀ ପଠା ସହର ଠାରୁ ବହୁ ଦୂରରେ ଥିବାରୁ ପ୍ରଶାସନର ଆଖି ଆଢୁଆଳରେ ବାଲି ମାଫିଆଙ୍କ ରାଜ୍ ଚାଲିଥିବା ଅଭିଯୋଗ ହୋଇଛି । ବାଲି ଚୋରା ଚାଲାଣ କରି ମାଫିଆ ମାଲାମାଲ୍ ହେଉଥିବା ବେଳେ ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର ।
ବାଲି ଉଠାଇବା ପାଇଁ କେତେକ ନିୟମ ରହିଛି । ଯେମିତି କି, ନଦୀରୁ କେବଳ ଟ୍ରାକ୍ଟର ମାଧ୍ୟମରେ ବାଲି ଉଠାଯାଇ ପାରିବ । ଜେସିବି ଭଳି କୌଣସି ମେସିନି ନୁହେଁ, ବରଂ ଲୋକଙ୍କ ଦ୍ୱାରା ହାତରେ ବାଲି ଖନନ କରାଯିବ । ହେଲେ ଏଠାରେ ବଡବଡ ଗାଡି, ଡମ୍ଫର ଏବଂ ହାଇୱା ଦ୍ୱାରା ବାଲି ଚାଲାଣ ହେଉଛି । ତାହା ପୁଣି ଘାଟ ନିକଟରେ ଥିବା ଦେଓଜ୍ଞାଁର ପୁରୁଣା ପୋଲ ଉପର ଦେଇ । ଏହି ପୋଲଟି ୧୯୫୭ ମସିହାରେ ନିର୍ମାଣ ହୋଇଥିବାରୁ ଏହା ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି । ଟନ୍ ଟନ୍ ଓଜନର ଗାଡି ଏହି ପୋଲ ଉପର ଦେଇ ଯା’ଆସ କରୁଥିବାରୁ ଏହା ଭାଙ୍ଗି ଯିବାର ଆଶଙ୍କା କରିଛନ୍ତି ସ୍ଥାନୀୟ ବାସିନ୍ଦା ।