୨୦୧୯ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିବାକୁ ଆହ୍ୱାନ। ବାଲୁକା କଳାରେ ଭୋଟରଙ୍କୁ ସଚେତନ କରାଉଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

Advertisment
୨୦୧୯ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିବାକୁ ଆହ୍ୱାନ। ବାଲୁକା କଳାରେ ଭୋଟରଙ୍କୁ ସଚେତନ କରାଉଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

କନକ ବ୍ୟୁରୋ: ବାଲୁକା କଳାରେ ଭୋଟ୍ ଦେବାକୁ ଆହ୍ୱାନ । ପୁରୀ ସମୁଦ୍ର ବେଳାଭୂମିରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ହୋଇଥିବା ବାଲୁକା କଳାକୁ ନେଇ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି । ଚଳିତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନକୁ ଦିନ କେଇଟା ବାକିଥିବାବେଳେ ଭୋଟରଙ୍କୁ ନିଜ ମତଦାନ ସାବ୍ୟସ୍ତ କରିବାକୁ ବାଲୁକା କଳା ମାଧ୍ୟମରେ ଆହ୍ୱାନ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ତେବେ ଦେଶବାସୀଙ୍କୁ ଭୋଟ ଦେବାକୁ ଆହ୍ୱାନ ଦେଇଥିବା ସୁଦର୍ଶନଙ୍କ ଏହି ବାଲୁକା କଳାକୁ ଦେଖିବା ପାଇଁ ଖୋଦ୍ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ଆଜି ପୁରୀ ବେଳାଭୂମିକୁ ପରିଦର୍ଶନ କରିଛନ୍ତି ।

publive-imageଦେଶର ସଚେତନ ନାଗରିକଙ୍କୁ ଭୋଟ ଦେବା ପାଇଁ ସଚେତନତା ବାର୍ତ୍ତା ଦେଉଥିବା ସୁଦର୍ଶନଙ୍କ ଏହି ବାଲୁକା କଳାକୁ ନେଇ ଜାତୀୟସ୍ତରରେ ଗୁଣଗାନ ହେଉଛି । ତେବେ ଏହି ବାଲୁକା କଳା ନେଇ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ଚଳିତ ବର୍ଷ ଦେଶରେ ଭୋଟରଙ୍କ ସଂଖ୍ୟା ବଢ଼ିଛି ତେଣୁ ଗଣତନ୍ତ୍ରର ମହାପର୍ବ ୨୦୧୯ ନିର୍ବାଚନରେ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବା ଉଦ୍ଦେଶ୍ୟରେ ଏହି ବାଲୁକା କଳାରେ ସଚେତନ କରାଯାଇଛି । ତେବେ ୫ ଟନ୍ ବାଲିରେ ନିର୍ମିତ ହୋଇଥିବା ଏହି ବାଲୁକା କଳାର ଉଚ୍ଚତା ୫ ଫୁଟ୍ ଓ ଚଉଡ଼ା ୨୦ ଫୁଟ୍ ରହିଥିବାବେଳ ଏହାକୁ ନିର୍ମାଣ କରିବା ପାଇଁ ୩ରୁ ୪ଘଣ୍ଟା ସମୟ ଲାଗିଛି ବୋଲି କହିଛନ୍ତି ସୁଦର୍ଶନ ପଟ୍ଟନାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe