ରାଜସ୍ୱ ନିରୀକ୍ଷକଙ୍କ ଉପରେ ଗାଡି ଚଢେଇ ଦେଲେ ବାଲି ମାଫିଆ : ସୁବର୍ଣ୍ଣରେଖାର ବାଲି ଚୋରା ଚାଲଣ ବେଳେ ଅଟକାଇବାକୁ ଆରଆଇ କରୁଥିଲେ ଉଦ୍ୟମ

ସୁଯୋଗ ନେଇ ସରକାରୀ ବାବୁଙ୍କୁ ଦୁର୍ଘଟଣା ଘଟାଇ ଫେରାର ମାରିଲା ଡ୍ରାଇଭର

1,085

କନକ ବ୍ୟୁରୋ : ରାଜସ୍ୱ ନିରୀକ୍ଷକଙ୍କ ଉପରକୁ ଗାଡି ଚଢାଇ ଦେଲେ ବାଲି ମାଫିଆ । ଫଳରେ ଗୁରୁତର ଅବସ୍ଥାରେ ଓଲମାରା ଆରଆଇ ଦିଲ୍ଲୀପ ଚାନ୍ଦଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଶାସନର କଡା ଆଭିମୁଖ୍ୟ ପରେ ବି ସୁବର୍ଣ୍ଣରେଖା ନଦୀରୁ ବାଲିଚୋରି କମିବାର ନାଁ ଧରୁନି । ପ୍ରତିଦିନ କୋଟି କୋଟି ଟଙ୍କାର ବାଲି ଚୋରା ଚାଲାଣ ହେଉଛି ଆଉ ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର ।

ଗତକାଲି ରାତିରେ ଜଳେଶ୍ୱର ତହସିଲର ଅତିରିକ୍ତ ତହସିଲଦାରଙ୍କ ସହ ଓଲମାରା ଆରଆଇ ଦିଲ୍ଲୀପ ଚାନ୍ଗ ଓ ଶିବଶଙ୍କର ଭଂଜ ପାଟ୍ରୋଲିଂ କରୁଥିବା ବେଳେ ପଶ୍ଚିମ ବଙ୍ଗ ଆଡକୁ ଏକ ବାଲି ବୋଝେଇ ଡମ୍ପର ଦ୍ରୁତ ଗତିରେ ମାଡି ଆସୁଥିବା ଦେଖି କର୍ମଚାରୀ ମାନେ ଅଟକାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଗାଡି ନ ଅଟକାଇ ଡ୍ରାଇଭର ଆରଆଇ ଦିଲ୍ଲୀପ ଚାନ୍ଦଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଫଳରେ ଆରଆଇ ଦିଲ୍ଲୀପଙ୍କ ଗୋଡରେ ଗୁରୁତର ଆହତ ହୋଇଛି । ଖବର ପାଇ ଘଟଣାସ୍ଥଳରେ ଜଳେଶ୍ୱର ପୁଲିସ ଓ ତହସିଲ କର୍ମଚାରୀ ପହଂଚିଛନ୍ତି ।