ରାଉରକେଲା ମାତିଛନ୍ତି ବାଲି ମାଫିଆ । ପ୍ରାୟ ୪୪ ବାଲି ଘାଟରୁ ବେଆଇନ୍ ଭାବେ ବଲି ଚୋରି କରି ମାଲାମାଲ ମାଫିଆ ଓ ଅସାଧୁ କର୍ମଚାରୀ

119

କନକ ବ୍ୟୁରୋ : ବଡିଭୋରୁ ବିଳମ୍ବିତ ସନ୍ଧ୍ୟା ପର୍ୟ୍ୟନ୍ତ ମେସିନ ସାହାଯ୍ୟରେ ନଇ ମଝିରୁ ବାଲି ବୁହା ଚାଲିଛି । ଗୋଟିଏ କି’ ଦୁଇଟି ସ୍ଥାନରେ ନୁହେଁ, ରାଉରକେଲା ସମେତ ଆଖପାଖ ଅଞ୍ଚଳରେ ଥିବା ସମସ୍ତ ବାଲିଘାଟ ମଧ୍ୟରୁ ୫୦ପ୍ରତିଶତ ବାଲିଘାଟରେ ସମାନ ସ୍ଥିତି। ବିଶ୍ରା, ରାଉରକେଲା, କୁଆଁରମୁଣ୍ଡା, ଲାଠିକଟା ଓ ବିରମିତ୍ରପୁର ତହସିଲ ଅଧୀନରେ ରହିଛି ମୋଟ ୪୪ ଟି ବାଲିଘାଟ। ସେଥିମଧ୍ୟରୁ ଅର୍ଦ୍ଧାଧିକ ବାଲିଘାଟରେ ଚାଲିଛି ମାଫିଆ ରାଜ।

ରାଉରକେଲା ସହର ଉପକଣ୍ଠ ଝିରପାଣି ସ୍ଥିତ କୋଏଲ ବ୍ରିଜ ତଳୁ ବର୍ଷ ବର୍ଷ ଧରି ବେଆଇନ୍ ଭାବେ ବାଲି ବୁହା ହେଉଛି । ବାଲି ଉଠାଣ ନେଇ ଥିବା ସୁବି ନୀୟମକୁ ଫୁ କରିଦିଆଯାଇଛି । ଦୈନିକ କେତେ ବାଲି ଉଠୁଛି? କିଏ ଉଠାଉଛି? କେତେ ପରିମାଣର ବାଲି ଉଠାଇବା ପାଇଁ ଟିପି ଦିଆଯାଇଛି ? ପ୍ରକୃତ ନିଲାମୀ ଘାଟରୁ ବାଲି ଉଠୁଛି କି ନାହିଁ? ଏସବୁର ତଦାରଖ ପାଇଁ ବାଲି ଘାଟରେ କାହାରି ଦେଖାନାହିଁ । ଅଧିକାରୀଙ୍କ ଦେଖା ମିଳୁନଥିବା ବେଳେ ଦଲାଲ ମନ ଇଛା ବାଲି ଉଠାଇ ମାଲାମାଲ ହେଉଛନ୍ତି ।

ରାଉରକେଲା, କୁଆଁରମୁଣ୍ଡା, ଲାଠିକଟା ଓ ବିରମିତ୍ରପୁର ତହସିଲ ଅଧିନରେ ମୋଟ ୪୪ଟି ବାଲିଘାଟ ରହିଛି । ଘାଟ କେଉଁଠି ନିଲାମ ହୋଇନି, ତ କେଉଁଠି ପରିବେଶ ମଂଜୁରୀ ନଥିବାରୁ ଅନୁମତି ପ୍ରଦାନ କରାଯାଇ ନାହିଁ । ଏହା ସତ୍ୱେ ଦିନ ରାତି ବାଲି ବୁହା ଚାଲିଛି । ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ମାଲାମାଲ ହେଉଛନ୍ତି ବାଲି ମାଫିଆ ଓ କିଛି ଅସାଧୁ କର୍ମଚାରୀ । ତେବେ ଏନେଇ ବାରମ୍ବାର ଅଭିଯୋଗ ହେଲେ ବି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ ।

ତେବେ ନିୟମିତ ଚଢାଉ ଚାଲିଛି ଓ ଜରିମାନା ଆଦାୟ କରାଯାଉଥିବା ତହସିଲଦାର ପ୍ରକାଶ କରିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ନୀତି ନିୟମ ଆଧାରରେ ବାଲିଘାଟରୁ ବାଲି ଉଠୁଛି, ତେବେ ଫାଇନ କଣ ପାଇଁ ?