ବରଗଡ ଜିଲ୍ଲା ଅତାବିରା ତହସିଲ ଅଞ୍ଚଳରେ ମାତିଛନ୍ତି ବାଲି ମାଫିଆ । ଗାଁ ଭିତରେ ବେଆଇନ୍ ଭାବେ ଯାତାୟାତ କରୁଛି ଶହ ଶହ ବାଲି ବୋଝେଇ ଗାଡି । ପ୍ରତିବାଦ କଲେ ଗ୍ରାମବାସୀଙ୍କୁ ମାଫିଆ ଆକ୍ରମଣ କରୁଥିବା ଅଭିଯୋଗ ।

Advertisment
ବରଗଡ ଜିଲ୍ଲା ଅତାବିରା ତହସିଲ ଅଞ୍ଚଳରେ ମାତିଛନ୍ତି ବାଲି ମାଫିଆ । ଗାଁ ଭିତରେ ବେଆଇନ୍ ଭାବେ ଯାତାୟାତ କରୁଛି ଶହ ଶହ ବାଲି ବୋଝେଇ ଗାଡି । ପ୍ରତିବାଦ କଲେ ଗ୍ରାମବାସୀଙ୍କୁ ମାଫିଆ ଆକ୍ରମଣ କରୁଥିବା ଅଭିଯୋଗ ।

କନକ ବ୍ୟୁରୋ: ବରଗଡ଼ ଜିଲ୍ଲାରେ ବାଲି ମାଫିଆଙ୍କ ଆତଙ୍କ ଦିନକୁ ଦିନ ବଢିଚାଲିଛି । ନଦୀ ଭିତରୁ ଟ୍ରାକ୍ଟର, ଟ୍ରକ ଯୋଗେ ବାଲି ଚୋରା ଚାଲାଣ କରାଯାଉଛି । ପ୍ରଶାସନିକ ଅଧିକାରୀଙ୍କ ଜ୍ଞାତ ସାରରେ ଏହି ଚୋରା ଚାଲାଣ ଚାଲିଥିବାରୁ ଏହାକୁ ବିରୋଧ କରୁଥିବା ଲୋକଙ୍କ ଉପରେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ମାଫିଆ। ବରଗଡ଼ ଅତାବିରା ବ୍ଲକ ପୋଡ଼ବାଡି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବାଳିମାଫିଆ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ କରି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ବାଲି ଚୋରା ଚାଲାଣ ବନ୍ଦ କରିବା ସହ ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ନିଜ ଅଞ୍ଚଳରେ ହେଉଥିବା ବେଆଇନ୍ ଚୋରା କାରବାର ବାବଦରେ ବରଗଡ ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ଏକାଠି ହୋଇଛନ୍ତି ଗ୍ରାମବାସୀ । ଲୋକଙ୍କୁ ଡରାଇ ଧମକାଇ, ଚାଲିଥିବା ମାଫିଆ ରାଜକୁ ଦମନ କରିବା ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ପୋଡବାଡି ଗାଁର ଲୋକେ । ପୋଡବାଡି ଗାଁ ଦେଇ ଟ୍ରାକ୍ଟର ଓ ହାଇୱା ଯୋଗେ ବାଲି ଚୋରା ଚାଲାଣ କରାଯାଉଛି । ସବୁଦିନ ଶହଶହ ଗାଡି ଯା’ଆସ କରିବାରୁ ଦୁର୍ଘଟଣାର ଆଶଙ୍କା ରହିଛି । ସ୍ଥାନୀୟ ପ୍ରଶାସନର କିଛି ଅସାଧୁ ଅଧିକାରୀଙ୍କୁ ଅସ୍ତ୍ର କରି ବାଲି ମାଫିଆମାନେ ବେଆଇନ୍ କାରବାର ଚଳାଇନ୍ତି । ଯାହାଫଳରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ଘଟୁଛି । ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବାରୁ ମାଫିଆମାନେ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିବା ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ହେଉଛି ।

ପୋଡବାଡି ଗାଁର ଜଗଦିଶ ଖେତିଙ୍କୁ ବାଲିମାଫିଆ ଆକ୍ରମଣ କରିଥିବା ନେଇ ପ୍ରଥମେ ଗୋଡ଼ଭଗା ଫାଣ୍ଡି, ପରେ ଅତାବିରା ଥାନା ଅଭିଯୋଗ ହୋଇଥିଲା । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଗ୍ରାମବାସୀ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତିା ବେଆଇନ୍ ବାଲି ଚାଲାଣ ନେଇ ବାରମ୍ବାର ଅଭିଯୋଗ ହେଲେ ବି ପୁଲିସ କି ତହସିଲଦାର କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ଦିନକୁ ଦିନ ମାଫିଆ ରାଜ୍ ବଢି ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe