କନକ ବ୍ୟୁରୋ: ଭଦ୍ରକରେ ବାଲିମାଫିଆଙ୍କ ଗୁଣ୍ଡାଗର୍ଦ୍ଦି । ବାଲି ଚୋରାଚାଲାଣକୁ ବିରୋଧ କରିବାରୁ ଭଣ୍ଡାରୀ ପୋଖରୀ ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ପଶି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ । ବାଲିମାଫିଆ ଓ ତାଙ୍କ ସମର୍ଥକ ଆସି କାହିଁକି ବାଲି ଗାଡି ଅଟକାଇଛି କହି ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ବାଲିମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ଭଣ୍ଡାରୀପୋଖରୀର ଅତିରିକ୍ତ ତହସିଲଦାରଙ୍କ ମୁଣ୍ଡ ଫାଟିଥିବା ବେଳେ ଆରଆଇ ଓ ଅନ୍ୟକର୍ମଚାରୀ ଲହୁଲୁହାଣ ହୋଇଛନ୍ତି । କୌଣସି ପ୍ରକାରେ ଆକ୍ରମଣକାରୀଙ୍କ କବଳରୁ ଖସିଆସି ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ସ୍ୱାଇଁ ନିକଟସ୍ଥ ଫାଣ୍ଡି ଓ ଭଣ୍ଡାରୀ ପୋଖରୀ ଥାନାକୁ ଖବର ଦେଇଥିଲେ ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ସମସ୍ତ କର୍ମଚାରୀଙ୍କୁ ଉଦ୍ଧାର କରିଛି । ଏହି ଘଟଣାରେ ମୋଟ ୨୦ ଜଣଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି । ଅନ୍ୟପଟେ ୨୪ ଘଂଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ସୋମବାର ସକାଳେ ବାଲି ଚୋରା ଚାଲାଣ କରୁଥିବା ୫ଟି ଗାଡିକୁ ମଞ୍ଜୁରୀ ରୋଡରେ ଅଟକ ରଖିଥିଲେ ରାଜସ୍ୱ ନୀରିକ୍ଷକ । ସେମାନଙ୍କ ମଧ୍ୟରୁ ୨ଟି ଗାଡି କାଗଜ ପତ୍ର ଦେଖାଇ ନପାରିବାରୁ ରାଜସ୍ୱ ନୀରିକ୍ଷକ ଛାଡିନଥିଲେ । ଏହାକୁ ନେଇ ବାଲିମାଫିଆ ଓ ସେମାନଙ୍କ ସମର୍ଥକ ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ପଶି ମାରପିଟ କରିବା ସହ ଭଙ୍ଗାରୁଜା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/BALI.jpg)
/kanak/media/post_attachments/wp-content/uploads/2020/02/vlcsnap-2020-02-04-09h20m03s4.png)