କନକ ବ୍ୟୁରୋ: କୋଭିଡ୍ ସଂକ୍ରମିତ ହେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ରବିବାର ସେ କୋଭିଡ୍ ପଜିଟିଭ୍ ହେବା ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି । ତେବେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କୋଭିଡ୍ ସଂକ୍ରମିତ ହୋଇଥିବା ବିଷୟରେ ଅବଗତ ହେଲି । ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ।
ବିଶିଷ୍ଟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କୋଭିଡ ସଂକ୍ରମିତ ହୋଇଥିବା ବିଷୟରେ ଅବଗତ ହେଲି। ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।
— Naveen Patnaik (@Naveen_Odisha) January 23, 2022
I've tested positive for #COVID with strong symptoms. I have quarantined myself at home. Don't you take this lightly folks, Covid is horribly bad.
Mask up always. pic.twitter.com/384DpMVuuW— Sudarsan Pattnaik (@sudarsansand) January 23, 2022
ଏହାପୂର୍ବରୁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କୋଭିଡ୍ ପଜିଟିଭ୍ ହେବା ନେଇ ସୂଚନା ଦେଇଥିଲେ । ଟୁଇଟ୍ କରି ସେ କହିଥିଲେ, ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ପାଖରେ ଲକ୍ଷଣ ମଧ୍ୟ ପ୍ରକାଶ ପାଇଛି । ସେ ଏବେ ନିଜକୁ କ୍ୱାରେଣ୍ଟାଇନରେ ରଖିବା ସହିତ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ତେବେ ସୁଦର୍ଶନ ପଟ୍ଟନାୟକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/01/pjimage-3-3.jpg)