ବିଶ୍ୱ ରେକର୍ଡରେ ନାଁ ଲେଖାଇଲା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା : କଟକ ମହାନଦୀ ତଟରେ କରିଥିବା ହକି ଷ୍ଟିକକୁ ମିଳିଲା ସ୍ଥାନ

Advertisment
ବିଶ୍ୱ ରେକର୍ଡରେ ନାଁ ଲେଖାଇଲା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା : କଟକ ମହାନଦୀ ତଟରେ କରିଥିବା ହକି ଷ୍ଟିକକୁ ମିଳିଲା ସ୍ଥାନ

କନକ ବ୍ୟୁରୋ : ବିଶ୍ୱ ରେକର୍ଡରେ ନାଁ ଲେଖାଇଲା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା । କଟକ ମହାନଦୀ ତଟରେ ସେ ବାଲୁକା କଳାରେ କରିଥିବା ହକି ଷ୍ଟିକ୍କୁ ବିଶ୍ୱ ରେକର୍ଡରେ ସ୍ଥାନ ମିଳିଛି । ୱାଲର୍ଡ ରେକର୍ଡସ ଇଣ୍ଡିଆ ପକ୍ଷରୁ ଏହି ବାଲୁକାକଳାକୁ ବିଶ୍ୱର ସର୍ବବୃହତ ହକି ଷ୍ଟିକ୍ର ମାନ୍ୟତା ପ୍ରଦାନ କରାଯାଇଛି ।

publive-image

ୱାର୍ଲ୍ଡ ରେକର୍ଡସ ଇଣ୍ଡିଆର ପ୍ରତିଷ୍ଠାତା ପାଭନ୍ ସୋଲାଙ୍କି, ବିଭାଗୀୟ ମୁଖ୍ୟ ସୁଷମା ନାର୍ଭେକର ଓ ବରିଷ୍ଠ ବିଚାରପତି ସଞ୍ଜୟ ନାର୍ଭେକର ଏହି ମାନ୍ୟତା ଦେଇଛନ୍ତି । ସୁଦର୍ଶନ ପଟ୍ଟନାୟକଙ୍କୁ ୱାଲର୍ଡ ରେକର୍ଡ ଅଫ୍ ଇଣ୍ଡିଆ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମହାନଦୀ ତଟରେ ୧୦୫ ଫୁଟ ଲମ୍ବରେ ୫ ହଜାର ହକି ବଲ ବ୍ୟବହାର କରି ଏହି ହକି ଷ୍ଟିକ୍ ନିର୍ମାଣ କରିଥିଲେ । ହକି ବିଶ୍ୱକପ୍ ଉଦଘାଟନୀ ଅବସରରେ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ପ୍ରସ୍ତୁତ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe