ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ ଦାୟିତ୍ୱ । ରାଜ୍ୟ ଲଳିତ କଳା ଏକାଡେମୀର ସଭାପତି ଭାବେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

Advertisment
ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ ଦାୟିତ୍ୱ । ରାଜ୍ୟ ଲଳିତ କଳା ଏକାଡେମୀର ସଭାପତି ଭାବେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ ଦାୟିତ୍ୱ । ରାଜ୍ୟ ଲଳିତ କଳା ଏକାଡେମୀର ସଭାପତି ଦାୟିତ୍ୱ ଦିଆଯାଇଛି ସୁଦର୍ଶନ ପଟ୍ଟନାୟକଙ୍କୁ । ସଭାପତି ଭାବେ ମୁଖ୍ୟମନ୍ତ୍ରୀ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଆଜି ରାଜ୍ୟ ସରକାର ବିଶିଷ୍ଟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ରାଜ୍ୟ ଲଳିତ କଳା ଏକାଡେମିର ନୂତନ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି।  ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

publive-image

ସୂଚନାଯୋଗ୍ୟ ଯେ ପଦ୍ମ ବିଭୂଷଣ ଡ. ରଘୁନାଥ ମହାପାତ୍ର ରାଜ୍ୟସଭାକୁ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହେବା ପରେ ରାଜ୍ୟ ଲଳିତକଳା ଏକାଡେମୀର ସଭାପତି ପଦରୁ ଶ୍ରୀ ମହାପାତ୍ର ଇସ୍ତଫା ଦେଇଥିଲେ। ଏହି ଇସ୍ତଫା ଯୋଗୁଁ ଖାଲି ପଡ଼ିଥିବା ପଦବିରେ ରାଜ୍ୟ ସରକାର ସୁଦର୍ଶନ ପଟ୍ଟନାୟକଙ୍କୁ ନିଯୁକ୍ତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe