ବାଲିରେ ବାଲିରେ ବଡ଼ଠାକୁରଙ୍କ ବଡ଼ଯାତ୍ରାର ଅଭିନନ୍ଦନ…

492

କନକ ବ୍ୟୁରୋ: ସଜେଇ ହୋଇଛି ଶ୍ରୀକ୍ଷେତ୍ର । ମହାପ୍ରଭୁ ମାଉସୀ ମାଆ ଘରକୁ ଯିବେ ବୋଲି ନିଜକୁ ଯେତେ ପାରି ସେତେ ସଜାଉଛି ଶ୍ରୀକ୍ଷେତ୍ର । ପୁରୀରେ ଗଳି କନ୍ଦି, ବଜାର ହାଟ ନିଜକୁ ସଜାଇଥିବା ବେଳେ ମହାପ୍ରଭୁଙ୍କ ପାଇଁ ମହୋଦଧି ବି ସଜେଇ ହୋଇଛି । ବେଳାଭୂମିରେ ବଡଠାକୁରଙ୍କ ବଡ ମୂର୍ତ୍ତି କରି ସମୁଦ୍ର କୂଳକୁ ସୌନ୍ଦର୍ଯ୍ୟମୟ କରିଛନ୍ତି ସୁଦର୍ଶନ । ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପବିତ୍ର ରଥଯାତ୍ରା ପାଇଁ ବେଳାଭୂମିରେ ଶ୍ରୀଜିଉଙ୍କ ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି ।


ବାଲିରେ ୩ ଠାକୁରଙ୍କ ୩ଟି ରଥ ତିଆରି କରି ଘୋଷଯାତ୍ରାର ଅଭିନନ୍ଦନ ଜଣାଇବା ସହ ସାରା ଜଗତକୁ ଶାନ୍ତି, ମୈତ୍ରୀ, ପ୍ରେମର ସନ୍ଦେଶ ଦେଇଛନ୍ତି । ତେବେ ବଡ ଦେଉଳ ବାହାରକୁ ଆସି ନିଜ ପ୍ରିୟ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି କାଲି ରାତି ସାରା ଶୋଇ ନାହାନ୍ତି ମହାପ୍ରଭୁ । ଭଗବାନଙ୍କୁ ଟିକେ ଦେଖିବାକୁ ଭକ୍ତ ଯେମିତି ଚାହିଁ ରହିଛି ଠିକ ସେମିତି ଭକ୍ତଙ୍କୁ ଦେଖିବାକୁ ବ୍ୟାକୁଳ ବଡ ଠାକୁର । ରଥ ଯାତ୍ରା ପାଇଁ ରକାଲି ପହଡ ପଡିନି ତେଣୁ ଶ୍ରୀଜିଉଙ୍କ ମୁଖରେ ଖଣ୍ଡୁଆ ପାଟ ଦେଇ କେବଳ ଠିଆ ପହଡ କରାଯାଇଛି ।