କନକ ବ୍ୟୁରା: ବିହାର ଭାଗଲପୁରରେ ରହୁଥିବା ଅଭିନେତ୍ରୀ ସଞ୍ଚିତା ବାସୁ ଙ୍କୁ ହୃଦୟ ଦେଲେ ଜଣେ ଟ୍ରକ୍ ଡ୍ରାଇଭର । ଏବେ ତାଙ୍କ ବିନା ରହିପାରିବେନି ବୋଲି କହିବା ସହ ଅଭିନେତ୍ରୀଙ୍କ ଅସୁସ୍ଥତା ନେଇ ଚିନ୍ତାରେ ଡ୍ରାଇଭର । ତାଙ୍କୁ ବଂଚାଇବାକୁ ନିଜର କିଡନୀ ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି ଟ୍ରକ୍ ଡ୍ରାଇଭର । ସଞ୍ଚିତାଙ୍କ ବିନା ସେ ବଞ୍ଚି କିଛି ଲାଭ ନାହିଁ ବୋଲି କହିବା ବେଳେ ତାଙ୍କର ଏହି ଭିଡିଓକୁ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ରବି କୁମାର ନାମକ ଜଣେ ବ୍ୟକ୍ତି ।

Advertisment

ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି, ଯେଉଁମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି । ସେ ଦକ୍ଷିଣ ଚଳଚ୍ଚିତ୍ର ‘ଫାଷ୍ଟ ଡେ ଫାଷ୍ଟ ସୋ’ରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଥିଲେ। ଲୋକମାନେ ତାଙ୍କ ରିଲ୍ ଏବଂ ଚଳଚ୍ଚିତ୍ରକୁ ଖୁବ ପସନ୍ଦ କରନ୍ତି ।