ଦିନ ୧୧ରୁ ବନ୍ଦ ରହିଛି ସନାତନଙ୍କ ଜବରଦଖଲ ଉଚ୍ଛେଦ :ଆଜି ଏସି ଗୁହାଳ ଭାଙ୍ଗିବନି ପ୍ରଶାସନ

34

ଦ୍ୱୀତିୟ ଦିନରେ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ଜବରଦଖଲ ଉଚ୍ଛେଦ କରାଯାଉଛି । ତେବେ ଦିନ ୧୧ରୁ ଉଚ୍ଚେଦ କାମ ବନ୍ଦ ରହିଛି ।  ପୁଣି ଅପରାହ୍ନରୁ ଆରମ୍ଭ ହେବ ପାଚେରୀ ଭଙ୍ଗା କାମ । ଗତକାଲି ସନାତନଙ୍କ ବେଆଇନ ନିର୍ମାଣ ଭଙ୍ଗା ଆରମ୍ଭ କରିଥିଲା ଜିଲ୍ଲା ପ୍ରଶାସନ । ସନା ସାମ୍ରାଜ୍ୟରେ ଚାଲିଥିଲା ବୁଲଡୋଜର । ପାହାଡ ପରି ପାଚେରିକୁ ଭିଙ୍ଗି ମାଟିରେ ମିଶାଇ ଦିଆଯାଇଛି । ୫ ଏକରରୁ ଅଧିକ ସରକାରୀ ଜମିରେ ବିଧାୟକ ସନାତନ ମହାକୁଡ କରିଥିବା ବେଆଇନ ନିର୍ମାଣକୁ ହାଇକୋର୍ଟଙ୍କ ନିଦେ୍ର୍ଦଶରେ ଭାଙ୍ଗିବା ଆରମ୍ଭ ହୋଇଛି । ଜବରଦଖଲ ଜମିକୁ ନିଜ ଅକ୍ତିଆରକୁ ନେବା ପାଇଁ ପୋଲିସ ବଳ ଓ ସରକାରୀ କଳ ପ୍ରକ୍ରିୟା ଜାରି ରଖିଛନ୍ତି । ୧୯୮୦ ମସିହାରୁ ଖଣିଜ ସଂପଦରେ ଭରପୁର ସର୍ବସାଧାରଣ ସଂପତିକୁ କବଜା କରିଛନ୍ତି କେନ୍ଦୁଝରର ଏହି ବିତଶାଳୀ ବିଧାୟକ । ପରେ ଏହାକୁ ଜଗତଜନନୀ ଟ୍ରଷ୍ଟ ନାଁରେ କରାଇ ଏକ ମନ୍ଦିର ମଧ୍ୟ ତୋଳିଛନ୍ତି । ତେବେ ସନାତନଙ୍କ ବିଶାଳ ଅଟ୍ଟାଳିକା ଭାଙ୍ଗିବ କି ପ୍ରଶାସନ, ତା ଉପରେ ସମସ୍ତଙ୍କ ନଜର ରହିଛି । ଏହାକୁ ନ ଭାଙ୍ଗିବାକୁ କୋର୍ଟଙ୍କ ନିଦେ୍ର୍ଦଶ ଥିବା ଦାବି କରୁଛନ୍ତି ବିଧାୟକ ସନାତନ ମହାକୁଡ ।

ସେପଟେ ଗତକାଲି ଦିନତମାମ ଚର୍ଚ୍ଚାରେ ଥିବା ବିଧାୟକ ସନାତନ ମହାକୁଡଙ୍କ ଏସି ଗୁହାଳ ରେ ଆଜି ଚାଲିବ ନାହିଁ ପ୍ରଶାସନର ବୁଲଡୋଜର । କାରଣ ସନାତନଙ୍କ ଅନୁରୋଧକ୍ରମେ ଏହାକୁ ଭାଙ୍ଗିବା ପାଇଁ ୫ ଦିନ ସମୟ ଦେଇଛି ପ୍ରଶାସନ । ଏଠାରେ ରହୁଥିବା ଗୃହପାଳିତ ପଶୁଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପରେ ଗୁହାଳ ଭଙ୍ଗାଯିବ ବୋଲି ଜଣାପିଡିଛି ।