ଚନ୍ଦ୍ରଯାନ ସୂର୍ଯ୍ୟଯାନ ପରେ ଭାରତ ଏବେ ତାହାର ସମୁଦ୍ରଯାନ ଲଞ୍ଚ କରିବାକୁ ଯାଉଛି 

Advertisment

ସମୁଦ୍ରର ଛ’ ହଜାର ଫୁଟ ତଳକୁ ଯାଇ ଖଣିଜ ସମ୍ପଦର ସନ୍ଧାନ ଦେବ ଏହି ସମୁଦ୍ରଯାନ

ଏହିପରି ଯାନ ତିଆରି କରିବାରେ ଭାରତ ବିଶ୍ବର ୬ ନମ୍ବର ଦେଶ

ଭାରତ ଆସନ୍ତା ବର୍ଷ ପ୍ରାରମ୍ଭରେ ନିଜର ମହାସାଗର ମିଶନ ଅନ୍ତର୍ଗତରେ ଗଭୀର ସମୁଦ୍ରକୁ ଏକ ମାନବଯୁକ୍ତ ଯାନ ପଠେଇବାକୁ ଯାଉଛି । ‘ମତ୍ସ-6000’ ନାମକ ଏହି ସମୁଦ୍ରଯାନ ବଙ୍ଗୋପସାଗରରେ ପରୀକ୍ଷା କରାଯିବ ।  ପ୍ରଥମ ପରୀକ୍ଷଣରେ ଏହା ସମୁଦ୍ରର ୫00 ମିଟର ଗଭୀରତାକୁ ପଠାଯିବ । ୨୦୨୬  ସୁଦ୍ଧା ଏହା ତିନି ଜଣ ଭାରତୀୟଙ୍କୁ ସମୁଦ୍ରରେ ୬000 ମିଟର ଗଭୀରତାକୁ ନେଇଯିବାର ଲକ୍ଷ୍ୟ ରଖିଛି ।

ଏହିପରି ମାନବଯୁକ୍ତ ସବମର୍ସିବୁଲ ତିଆରି କରିବାରେ ବିଶ୍ବର ଷଷ୍ଠ ଦେଶ । ଏହାପୂର୍ବରୁ ଆମେରିକା, ରୁଷ, ଜାପାନ, ଫ୍ରାନ୍ସ ଏବଂ ଚୀନ୍ ଏହିପରି ଯାନ ତିଆରି କରି ସାରିଛନ୍ତି । ଏହି ମିଶନ ମାଧ୍ୟମରେ ଭାରତ ସରକାର ମୋବାଇଲ-ଲାପଟପ ପରି ଇଲେକ୍ଟ୍ରୋନିକ ଉପକରଣ ତିଆରି କରିବା ପାଇଁ ଆବଶ୍ୟକ ପଡୁଥିବା କୋବାଲ୍ଟ, ନିକେଲ ଏବଂ ସଲଫାଇଡ ପରି ଧାତୁ ଏବଂ ଖଣିଜ ପଦାର୍ଥ ସମୁଦ୍ରରୁ ଉତ୍ତୋଳନ କରିବାକୁ ଚେଷ୍ଟା କରିବ ।

‘ମତ୍ସ-6000’ ଟାଇଟାନିୟମ୍ ମିଶ୍ରଣରେ ତିଆରି ।

NIOT ନିର୍ଦ୍ଦେଶକ ଜି. ରାମଦାସ  'ମତ୍ସ-6000'ର ବିଶେଷତା ବର୍ଣ୍ଣନା କରି କହିଛନ୍ତି ଯେ  ଏହା ୧୨ ରୁ ୧୬ ଘଣ୍ଟା ନରହି ଅବିରତ ଚାଲିପାରିବ । ଏଥିରେ ୯୬ ଘଣ୍ଟା ପାଇଁ ଏଥିରେ ଅମ୍ଳଜାନ ସରଂକ୍ଷିତ ରହିପାରିବ ।  ଏହାର ବ୍ୟାସ ୨.୧ ମିଟର ଅଟେ।  ଏଥିରେ ତିନି ଜଣ ଲୋକ ବସିପାରିବେ ।  ଏହା ୮୦ ମିମି ଟାଇଟାନିୟମ୍ ମିଶ୍ରଣରେ ତିଆରି । ଏହା ସମୁଦ୍ର ପତ୍ତନ ୬୦୦୦ ମିଟର ତଳେ ସୃଷ୍ଟି ହେଉଥିବା ଚାପଠାରୁ ୬୦୦ ଗୁଣ ଅଧିକ ଚାପକୁ ସହ୍ୟ କରିପାରିବ ।

 ଡିପ୍ ଓସେନ୍ ମିଶନ କଣ ?

କେନ୍ଦ୍ର ସରକାରଙ୍କ ‘ବ୍ଲୁ ଇକୋନୋମି’ କାର୍ଯ୍ୟକ୍ରମରେ ଏହି ମିଶନ ଜୁନ ୨୦୨୧ରେ ବିଜ୍ଞାନ ମନ୍ତ୍ରାଳୟ ପ୍ରାରମ୍ଭ କରିଥିଲା । ୫ ବର୍ଷ ମଧ୍ୟରେ ଏହି ମିଶନରେ ୪୦୭୭ କୋଟି ଟଙ୍କାର ଖର୍ଚ୍ଚ ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଛି । ସମୁଦ୍ରଯାନ ଏହି ମିଶନର ଏକ ଅଂଶବିଶେଷ ।

‘ବ୍ଲୁ ଇକୋନୋମି’ ଏତେ ଗୁରୁତ୍ବପୂର୍ଣ କାହିଁକି ?

ଦେଶର GDP ର ୪% ଅଂଶ ଏଥିସହ ଯୋଡି ହୋଇଅଛି । ଏହା ୯୫% ବ୍ୟବସାୟକୁ ସହଯୋଗ କରିବ । ୭୫୧୭ କିମି ଲମ୍ବ ସମୁଦ୍ର ତଟରେଖାରେ ୯ ରାଜ୍ୟ ଓ ୧୩୮୨ ଦ୍ଵିପସମୂହ ଯୋଡି ହୋଇ ଅଛନ୍ତି । ଦେଶର ୩୦% ଜନସଂଖ୍ୟା ସମୁଦ୍ର ଉପରେ ନିର୍ଭରଶୀଳ ।

ମତ୍ସ-6000 ରୂପରେଖ କିପରି ?

ଏହା ୨.୧ ମିଟର ବ୍ୟାସ ବିଶିଷ୍ଟ ଗୋଲାକାର ଟାଇଟାନିୟମ୍ ମିଶ୍ରଣରେ ତିଆରି ଏକ ମାନବଯୁକ୍ତ ସବମର୍ସିବୁଲ ଅଟେ । ଏହାକୁ ଚେନ୍ନାଇ ସ୍ଥିତ ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓସେନ ଷ୍ଟଡ଼ିଜ୍’ NIOT ଡିଜାଇନ କରିଛି । ଏଥିରେ ୧୨ ଟି କ୍ୟାମେରା ଲାଗିଛି । ସମୁଦ୍ରପୃଷ୍ଟରେ ହେଉଥିବା ଭୁକମ୍ପିୟ ଗତିବିଧିକୁ ଏହା ନିରୀକ୍ଷଣ କରିପାରିବ ।

ଗଭୀର ସମୁଦ୍ରରେ ଏହିପରି ଅନୁସନ୍ଧାନ ମୂଳକ କାର୍ଯ୍ୟ କରିବାରେ ଭାରତ ବିଶ୍ବର ୬ ନମ୍ବର ଦେଶ ହେବାକୁ ଯାଉଛି ।

ମତ୍ସ-6000 କେତେ ସୁରକ୍ଷିତ ?

ସାମାନ୍ୟ ଅପରେସନରେ ୩ ଜଣ ଯାତ୍ରୀଙ୍କୁ ନେଇ ୬୦୦୦ ମିଟର ତଳେ ଏହା ୧୨ ଘଣ୍ଟା ରହିପାରିବ । ଏମରଜେନ୍ସିରେ ଏଥିରେ ୯୬ ଘଣ୍ଟା ପାଇଁ  ଅମ୍ଳଜାନ ରହିଛି ।  ଏହା ସମୁଦ୍ର ପତ୍ତନ ୬୦୦୦ ମିଟର ତଳେ ସୃଷ୍ଟି ହେଉଥିବା ଚାପଠାରୁ ୬୦୦ ଗୁଣ ଅଧିକ ଚାପକୁ ସହ୍ୟ କରିପାରିବ ।

ଏତେ ଗଭୀରକୁ ଯିବାର ଉଦ୍ଦେଶ୍ୟ କଣ ?

ଆର୍ଥିକ ବୃଦ୍ଧି ଏବଂ ନୂତନ ରୋଜଗାର ପାଇଁ ସାମୁଦ୍ରିକ ସଂସାଧନ ଉପଯୋଗ ଏବଂ ଅନୁସନ୍ଧାନ କରିବା ।

୩ ଜଣ ଯାତ୍ରୀ କଣ କରିବେ ?

ଗଭୀର ସମୁଦ୍ରରେ ଦୁର୍ଲଭ ଖଣିଜ ସମ୍ପଦର ଅନୁସନ୍ଧାନ କରିବେ ।

 NIOT 'ମତ୍ସ-6000' ର ଡିଜାଇନ୍ ର ପୁନଃ ସମୀକ୍ଷା କରୁଛି ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି (NIOT) ର ବୈଜ୍ଞାନିକମାନେ ଏହାକୁ ମାତ୍ର ୨ ବର୍ଷ ମଧ୍ୟରେ ପ୍ରସ୍ତୁତ କରିଛନ୍ତି ।  ସେମାନେ ବର୍ତ୍ତମାନ ଏହାର ପୁନଃ ସମୀକ୍ଷା କରୁଛନ୍ତି । ଜୁନ୍ ୨୦୨୩ରେ ଟାଇଟାନ୍ ନାମକ ଏହିପରି ଏକ ଯାନ ଆଟଲାଣ୍ଟିକ୍ ମହାସାଗରରେ ବୁଡ଼ିଯାଇଥିଲା ।  ଏଥିରେ ପାଞ୍ଚଜଣ କୋଟିପତିଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ଧ୍ୟାନରେ ରଖି NIOT ତାର  ‘ମତ୍ସ୍ୟ-6000’ ଡିଜାଇନ୍ ର ପୁନଃ ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି ।