କନକ ବ୍ୟୁରୋ : ସାମସଙ୍ଗ ମୋବାଇଲ୍ ଫୋନ ବ୍ୟବହାର କରୁଛନ୍ତି କି? ସାବଧାନ! ଆପଣଙ୍କ ଫୋନରୁ ହୋଇପାରେ ତଥ୍ୟ ଚୋରି । ତୁରନ୍ତ କରନ୍ତୁ ସିକ୍ୟୁରିଟି ଅପଡେଟ୍ ।
ଯଦି ଆପଣଙ୍କର ସାମସଙ୍ଗ ମୋବାଇଲ୍ ଆଣ୍ଡ୍ରଏଡ୍ ଭର୍ସନ ୧୧, ୧୨, ୧୩ କିମ୍ବା ୧୪ ରହିଛି, ତା’ହେଲେ ତୁରନ୍ତ ସିକ୍ୟୁରିଟି ପ୍ୟାଚ୍ ଅପଡେଟ୍ କରନ୍ତୁ । କାରଣ ଏହି ସବୁ ଭର୍ସନର ମୋବାଇଲକୁ ସହଜରେ ହ୍ୟାକ୍ କରା ଯାଇପାରୁଛି । ଆପଣଙ୍କ ତଥ୍ୟ ଚୋରି କରିନେଇପାରନ୍ତି ହ୍ୟାକର୍ । ଏ ନେଇ ଆଲର୍ଟ ଜାରି କରିଛନ୍ତି କେନ୍ଦ୍ର ସରକାର ।
ସାମସଙ୍ଗ ମୋବାଇଲ ବ୍ୟବହାରକାରୀଙ୍କୁ ଏ ନେଇ ସତର୍କ କରାଯାଇଛି । ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟର କମ୍ପୁଟର ଇମରଜେନ୍ସୀ ରେସପୋନ୍ସ ଟିମ୍ ପକ୍ଷରୁ କୁହାଯାଇଛି,
ସାମସଙ୍ଗ ମୋବାଇଲ୍ ଆଣ୍ଡ୍ରଏଡ୍ ଭର୍ସନ ୧୧, ୧୨, ୧୩ କିମ୍ବା ୧୪ ଅଧିକ ଅସୁରକ୍ଷିତ
ସୁରକ୍ଷା ବଳୟ ଭେଦ କରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରିପାରନ୍ତି ହ୍ୟାକର

Advertisment

Galaxy Z, Galaxy S23 series, Galaxy Flip 5, Galaxy Fold 5  ସହ ଆଉ କିଛି ସାମସଙ୍ଗ ମୋବାଇଲ୍ ପ୍ରତି ଅଧିକ ବିପଦ ରହିଛି ।

କେମିତି ଫୋନକୁ ରଖିବେ ସୁରକ୍ଷିତ?
ସଫ୍ଟୱେୟାର ଅପଡେଟ୍ କରନ୍ତୁ
ନୂଆ ସିକ୍ୟୁରିଟି ପ୍ୟାଚ୍ ଇନଷ୍ଟଲ କରନ୍ତୁ
ସଫ୍ଟୱେୟାର ଅପଡେଟ୍ କରିନଥିଲେ ଅଜଣା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ
ଆପ୍ଲିକେସନ୍ ଇନଷ୍ଟଲ୍ କରିବା ପୂର୍ବରୁ ଭଲ ଭାବେ ଯାଂଚ କରନ୍ତୁ
‘ଆପ୍ସ’ଗୁଡିକୁ ମଧ୍ୟ ନିରନ୍ତର ଅପଡେଟ୍ କରୁଥାଆନ୍ତୁ

ବାରମ୍ବାର ଫୋନ ଅପଡେଟ୍ କରିବାକୁ ନୋଟିଫିକେସନ୍ ଆସୁଥିଲେ, ତାକୁ ଅଣଦେଖା କରନ୍ତୁ ନାହିଁ । ନହେଲେ ଫୋନରେ ଥିବା ତଥ୍ୟ ଚୋରି ହୋଇଯାଇପାରେ । ଫୋନ ବ୍ୟବହାର କରୁନଥିବା ବେଳେ ଫୋନ ଅପରେଟ୍ କରୁଥିବେ ହ୍ୟାକର । ଆପଣଙ୍କ ଅଜାଣତରେ ଫୋନରେ ଥିବା ଗ୍ୟାଲେରୀ ଭିତରୁ ଫଟୋ, ଫାଇଲ୍, ଭିଡିଓ, ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହୋଇଯାଇପାରେ ।