ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ କ୍ୟାନସର ରୋଗର ଶିକାର ହେଲେ କର୍ମଚାରୀ, ଏବେ କ୍ଷତିପୂରଣ ବାବଦକୁ ୯୫ ଲକ୍ଷ ଟଙ୍କା ଲେଖାଏଁ ଦେବ ସାମସଙ୍ଗ କମ୍ପାନି

516

ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ସେମିକଣ୍ଡକ୍ଟର ତିଆରି କରୁଥିବା ଫ୍ୟାକ୍ଟ୍ରିରେ କାମ କରୁଥିବା ଶ୍ରମିକଙ୍କ ପାଖରେ ବିଭିନ୍ନ ପ୍ରକାରର କର୍କଟ ରୋଗର ସମସ୍ୟା ଦେଖାଯାଇଥିବା ଖବର ସାମ୍ନାକୁ ଆସିଛି । ଫ୍ୟାକ୍ଟ୍ରିରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ୨୪୦ ଜଣ ବିଭିନ୍ନ ପ୍ରକାରର ଗମ୍ଭୀର ରୋଗରେ ଆକ୍ରାନ୍ତ ହେବା ପରେ କମ୍ପାନି ଏ ନେଇ କ୍ଷମା ପ୍ରାର୍ଥନା କରିଛି । ଏହା ସହ କ୍ଷତିପୂରଣ ଆକାରରେ ୨୪୦ ବ୍ୟକ୍ତିଙ୍କୁ ମୁଣ୍ଡ ପିଛା ୯୫ଲକ୍ଷ ଟଙ୍କା ଦେବ ବୋଲି ଘୋଷଣା କରିଛି । ମୁଖ୍ୟ କଥା ହେଲା, ଫ୍ୟାକ୍ଟ୍ରିରେ ସେମିକଣ୍ଡକ୍ଟର ତିଆରି କରୁଥିବା ଶ୍ରମିକଙ୍କ ମଧ୍ୟରୁ ୮୦ ଜଣ ପ୍ରାଣ ହରାଇ ସାରିଛନ୍ତି ।

ସାମସଙ୍ଗର ସହ-ଅଧ୍ୟକ୍ଷ କିମ୍-କି-ନୈମଙ୍କ କହିବା ଅନୁଯାୟୀ,ଆମେ ଆମର ସେହି କର୍ମଚାରୀଙ୍କୁ କ୍ଷମା ପ୍ରର୍ଥନା କରୁଛୁ,ଯେଉଁ କର୍ମଚାରୀ ଏବଂ ତାଙ୍କ ପରିବାର କମ୍ପାନୀର କାମ ପାଇଁ ରୋଗଗ୍ରସ୍ତ ହୋଇଛନ୍ତି । ଆମେ ସେମିକଣ୍ଡକ୍ଟର ଏବଂ ଏଲସିଡ଼ି ତିଆରି କରାଯାଉଥିବା ଫ୍ୟାକ୍ଟ୍ରିରେ କାମ କରୁଥିବା କର୍ମଚାରୀଙ୍କ ସ୍ୱାସ୍ଥ୍ୟବସ୍ଥାର ଯତ୍ନ ନେବାରେ ବିଫଳ ହୋଇଛୁ । ଏବେ ନିଜର ଏହି ଭୁଲ ପାଇଁ କମ୍ପାନୀ କ୍ଷତିପୂରଣ ଦେବ । ୮୦ ଜଣ ଲୋକ କମ୍ପାନୀର କାମ କରି ମୃତ୍ୟୁବରଣ କରିଥିବାରୁ ସେମାନଙ୍କ ପରିବାର ସମେତ ପୀଡ଼ିତ ଥିବା ୨୪୦ ଜଣଙ୍କୁ ୯୫ଲକ୍ଷ ଟଙ୍କା ଦିଆଯିବ ବୋଲି କମ୍ପାନୀ ତରଫରୁ ଘୋଷଣା କରାଯାଇଛି ।

ଅନେକ ବର୍ଷ ଧରି ଏହି ସମସ୍ୟା ଦେଖାଯାଉଥିବା ବେଳେ କମ୍ପାନୀର ଏହି କାମକୁ ବିରୋଧ କରାଯାଉଥିଲା । ଏ ନେଇ ଅଦାଲତ ପର‌୍ୟ୍ୟନ୍ତ କଥା ଯାଇଥିବା ବେଳେ ୧୦ବର୍ଷ ପରେ ଶୁକ୍ରବାର କମ୍ପାନୀ କ୍ଷତିପୂରଣ ଦେବା ପାଇଁ ରାଜି ହୋଇଥିବା ଜଣାପଡ଼ିଛି । ୨୦୦୭ ମସିହାରେ ପ୍ରଥମେ ଏହି ଘଟଣା ସାମ୍ନାକୁ ଆସିଥିଲା ।