ଅଫିସରେ ଓଭରଟାଇମ୍ କଲେ କର୍ମଚାରୀଙ୍କ ହାତରୁ ଖସି ପଳାଇବ ମାଉସ୍ । ଜାଣନ୍ତୁ କଣ ରହିଛି ପୂରା ଘଟଣା

141

କନକ ବ୍ୟୁରୋ : ଥରେ ଭିବିଲେ ଦେଖି, ଯଦି ଆଫିସରେ ୮ଘଣ୍ଟାରୁ ଅଧିକ ୧ମିନିଟ ବି କାମ କରିବାକୁ ନପଡନ୍ତା ତାହେଲେ କେତେ ଭଲ ହୁଅନ୍ତା… ସାଧାରଣତଃ ଜବ୍ କରୁଥିବା କର୍ମଚାରୀଙ୍କ ପାଇଁ ଅଫିସରେ ୮ଘଣ୍ଟା କାମ କରିବାକୁ ପଡିଥାଏ । ୮ଘଣ୍ଟାରୁ କମ୍ ସମୟ କାମ କଲେ ହୁଏତ ଦରମା କଟିଥାଏ ନହେଲେ କର୍ମଚାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥାନ୍ତି ବସ୍ । ଅନେକ ଅଫିସରେ ଓଭର ଟାଇମ୍ ସିଷ୍ଟମ୍ ମଧ୍ୟ ରହିଛି, ଯେଉଁଠି ୮ଘଣ୍ଟାରୁ ଅଧିକ ସମୟ କାମ କଲେ ତାକୁ ଓଭର ଟାଇମ୍ ବୋଲି କୁହାଯାଇଥାଏ ଏବଂ ସେଥିପାଇଁ କମ୍ପାନୀ ପାରିଶ୍ରମିକ ମଧ୍ୟ ଦେଇଥାନ୍ତି । ଆଉ କିଛି କ୍ଷେତ୍ରରେ ଏପରି ମଧ୍ୟ ଦେଖାଯାଇଥାଏ କି, ଅଫିସ ସମୟ ଭିତରେ ସବୁ କାମ ସରିନପାରିବାରୁ କର୍ମଚାରୀଙ୍କୁ ୮ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ପଡିଥାଏ । କିନ୍ତୁ ବର୍ତ୍ତମାନ ଏହି ସବୁ ଅସୁବିଧା ଆଉ ଭୋଗିବାକୁ ପଡିବନି । କୌଣସି ବି କର୍ମଚାରୀ ୮ଘଣ୍ଟାରୁ ଅଧିକ କାମ କରିପାରିବେ ନାହିଁ ।
ଏକ ଇଲୋକଟ୍ରୋନିକ୍ କମ୍ପାନୀ, ଆଣିଛି ଅତ୍ୟାଧୁନିକ କମ୍ପ୍ୟୁଟର୍ ମାଉସ୍ ସିଷ୍ଟମ୍ । ଏହି ମାଉସ୍ ସିଷ୍ଟମ୍ କର୍ମଚାରୀଙ୍କୁ ୮ଘଣ୍ଟାରୁ ଅଧିକ ସମୟ କାମ କରିବାରୁ ରୋକିବ । ଅଧିକ ସମୟ କାମ କଲେ ଏହି ମାଉସ୍ ଅଟୋମେଟିକ୍ ଡେସ୍କରେ ଦଉଡିବା ଆରମ୍ଭ କରିଦେବ । ଯେତେ ଧରିବାକୁ ଚେଷ୍ଟା କରିଲେ ବି ମାଉସକୁ ଧରିପାରିବେ ନାହିଁ । ମାଉସର ତଳପଟୁ ‘ଚକା’ ବାହାରିବ । ଆଉ ମାଉସ୍ ଦଉଡିବା ଆରମ୍ଭ କରିବ । ଯଦି ଏହାକୁ ଆପଣ ଧରିପକାଇବେ ତାହେଲେ ବି ଏହି ମାଉସରେ କାମ କରିପାରିବେ ନାହିଁ । ମାଉସର ଉପର ପାଶ୍ୱର୍ ଏବଂ ତଳ ପାଶ୍ୱର୍ ଆପେ ଆପେ ଖୋଲିଯିବ । ମାଉସ୍ ସମ୍ପୁର୍ଣ୍ଣ ଭାବେ ଦୁଇ ଖଣ୍ଡ ହୋଇଯିବ ।
ତେବେ ଲୋକଙ୍କୁ କିଭଳି କାମ ପ୍ରେସରରୁ ମୁକ୍ତି କରାଯାଇପାରିବ, ଏହା ହିଁ ମାଉସ୍ ତିଆରି କରାଯିବାର ମୂଖ୍ୟ କାରଣ । ମାଉସ୍ ତିଆରି କରିଥିବା କମ୍ପାନୀର କହିବା କଥା ହେଲା, ଏହି ମାଉସ୍ କୌଣସି ମାମୁଲି ମାଉସ୍ ନୁହେଁ । ଏହି ମାଉସକୁ ଅଫସରେ ବ୍ୟବହାର କରିବା ଆରମ୍ଭ ହେଲେ, ଅଫିସର କର୍ମାଚାରୀମାନଙ୍କୁ କାମ ପ୍ରେସରରୁ ମୁକ୍ତି ମିଳିବ । ଅଫିସ ବାହାରେ ବି ପତ୍ୟେକ୍ ବ୍ୟକ୍ତିଙ୍କର କିଛି ନା କିଛି ଦାୟିତ୍ୱ ରହିଛି । କିନ୍ତୁ ଅଫିସ କାମ ପ୍ରେସରରେ ସେସବୁକୁ ଭୁଲିଯାଉଛନ୍ତି ଲୋକେ । କେବଳ ଛୁଟି ଦିନକୁ ଅପେକ୍ଷା କରୁଛନ୍ତି । ତେଣୁ ଲୋକଙ୍କ ଡୀବନକୁ ଚିନ୍ତା ମୁକ୍ତ ଏବଂ ଆଉ ଟିକେ ସରଳ, ସୁନ୍ଦର କରିବା ପାଇଁ ଏକ ଇଲେକ୍ଟ୍ରିକ୍ କମ୍ପାନୀ ଏହି ମାଉସ୍ ତିଆରି କରିଛି । ଆଉ ଆଶା କରୁଛି ଏହି ଅସାଧାରଣ ମାଉସ୍ ଆଗକୁ ଯାଇ ଲୋକଙ୍କ ପାଇଁ ବେସ୍ ସହାୟକ ହେବ