ଦୂର ହେବ ଚାଷୀଙ୍କ ଦୁଃଖ ! ପ୍ରତିଶ୍ରୁତି ପୂରଣ କରିବେ ରାଜ୍ୟ ସରକାର, ଖୁବଶୀଘ୍ର ଧାନ କୁଇଣ୍ଟାଲ ୩୧ ଶହ ଟଙ୍କା ବିକ୍ରି ନେଇ ସରକାର କରିବେ ଘୋଷଣା

509

କନକ ବ୍ୟୁରୋ : ରାଜ୍ୟରେ ବିଜେପି ସରକାର ଗଠନ ହୋଇଛି । ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ନେବାର ମାତ୍ର କିଛି ଘଂଟା ମଧ୍ୟରେ କ୍ୟାବିନେଟ ବୈଠକ ବି କରିଛନ୍ତି । ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି କି, ରାଜ୍ୟ ସରକାର ସମୃଦ୍ଧ କୃଷକ ନୀତି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଏନେଇ କ୍ୟାବିନେଟରେ ନୀତିଗତ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାର ଖୁବଶୀଘ୍ର ଧାନ କୁଇଣ୍ଟାଲ ୩୧ ଶହ ଟଙ୍କା ଘୋଷଣା କରିବେ । ଏନେଇ ପ୍ରଶାସନ ଓ ସଂପୃକ୍ତ ବିିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା କଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ସଂପୃକ୍ତ ବିଭାଗ ଏନେଇ ଏକ ମାର୍ଗଦର୍ଶିକା ଓ ବିସ୍ତୁତ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ଠାରେ ଦାଖଲ କରିବେ । ଏହାସହ ଅନ୍ୟ ସମସ୍ତ ପ୍ରତିଶ୍ରୁତି ପୂରଣ ପାଇଁ ସରକାର ଖୁବଶୀଘ୍ର ବିଚାର ବିମର୍ଷ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି   ।