କନକ ବ୍ୟୁରୋ: ଓମିକ୍ରନ ଭାଇରସକୁ ନେଇ ସରକାର ସଜାଗ ରହିଛନ୍ତି । ବିମାନବନ୍ଦରରେ ଲୋକମାନଙ୍କର ସ୍କ୍ରିନିଂ ଏବଂ ଟେଷ୍ଟିଂ କରାଯାଉଛି । ନେଗେଟିଭ୍ ଆସୁଥିବା ବ୍ୟକ୍ତିମାନଙ୍କୁ ହୋମ ଆଇସୋଲେସନରେ ରହିବାକୁ କୁହାଯାଇଛି ବୋଲି ଡିଏମଇଟି ରମା ରମଣ ମହାନ୍ତି କହିଛନ୍ତି ।
ଯଦି କେହି ପଜିଟିଭ ଚିହ୍ନଟ ହେଉଛନ୍ତି ସେମାନଙ୍କର ସାମ୍ପୁଲ ସଂଗ୍ରହ କରି ଜିନମ ସିକ୍ୱେନ୍ସିଂ ପାଇଁ ଆଇଏଲଏସ ଭୁବନେଶ୍ୱରକୁ ପଠାଯାଉଛି । ବାହାର ରାଜ୍ୟ ଏବଂ ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜିଲ୍ଲାମାନଙ୍କୁ ସୂଚନା ଦିଆଯାଉଛି । ଜିଲ୍ଲା ସ୍ତରରେ ସେହି ଲୋକମାନଙ୍କୁ ଟ୍ରାକିଂ କରାଯାଉଛି । ଏପର୍ଯ୍ୟନ୍ତ ଓଡ଼ିଶାରେ ଓମିକ୍ରମ ଭାଇରସ ଚିହ୍ନଟ ହୋଇନାହିଁ । ଟିକା ନେବା ପାଇଁ କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି । ଭୟଭିତ ନ ହୋଇ ଟିକା ନିଅନ୍ତୁ ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/47-1.jpg)