ଦୁଇ ଭାଗ ହେଲା ଟ୍ରେନ: ଦିଲ୍ଲୀ ଆନନ୍ଦବିହାର ଓ ହାତ୍ରାସ ଷ୍ଟେସନରେ ଦୁଇଥର ଅଲଗା ହେଲା ଓଡିଶା ଆସୁଥିବା 'ସଂପର୍କକ୍ରାନ୍ତି‘ ଏକ୍ସପ୍ରେସ

Advertisment
ଦୁଇ ଭାଗ ହେଲା ଟ୍ରେନ: ଦିଲ୍ଲୀ ଆନନ୍ଦବିହାର ଓ ହାତ୍ରାସ ଷ୍ଟେସନରେ ଦୁଇଥର ଅଲଗା ହେଲା ଓଡିଶା ଆସୁଥିବା 'ସଂପର୍କକ୍ରାନ୍ତି‘ ଏକ୍ସପ୍ରେସ

କନକ ବ୍ୟୁରୋ: ଦୁଇ ଭାଗ ହେଲା ଟ୍ରେନ । ଦିଲ୍ଲୀ ଆନନ୍ଦବିହାର ଓ ହାତ୍ରାସ ଷ୍ଟେସନରେ ଦୁଇଥର ବଗିରୁ ଅଲଗା ହେଲା ଓଡିଶା ଆସୁଥିବା ସଂପର୍କକ୍ରାନ୍ତି ଏକ୍ସପ୍ରେସ । କିଛି ବାଟ ଯିବା ପରେ ଟ୍ରେନଟି ଅଟକି ଥିଲା । ତେବେ ମରାମତି ପରେ ଟ୍ରେନ ଛାଡିଛି । ସମସ୍ତ ଯାତ୍ରୀ ସୂୁରକ୍ଷିତ ଥିବା ଜଣାପଡିଛି ।

publive-image

ସୂଚନା ଅନୁସାରେ, ଆଜି ସକାଳେ ଦିଲ୍ଲୀର ଆନନ୍ଦବିହାରରୁ ଯାତ୍ରା ଆରମ୍ଭ କରିଥିବା ‘ଓଡ଼ିଶା ସମ୍ପର୍କ କ୍ରାନ୍ତି’ ଏକ୍ସପ୍ରେସ୍‌ ଦୁଇ ଥର ବଗି ଛାଡ଼ି ପଳାଇଥିଲା। ଥରେ ଆନନ୍ଦ ବିହାର ଛାଡ଼ିବା ପରେ ଏବଂ ଆଉଥରେ ହାତ୍ରାସ ଷ୍ଟେସନ ଛାଡ଼ିବା ପରେ। କେତୋଟି ବଗି ଛାଡ଼ି ଟ୍ରେନ୍‌ ପଳାଇଥିଲା ତାହା ହଠାତ୍‌ ଜଣା ପଡ଼ି ନାହିଁ। ଏ କଥା ଜଣାପଡ଼ିବା ପରେ ଟ୍ରେନ୍‌ ପଛକୁ ଫେରିଥିଲା ଓ ରହିଯାଇଥିବା ବଗିକୁ ପୁନଃସଂଯୋଗ କରାଯାଇଥିଲା।

publive-image

ତେବେ ଟ୍ରେନଟିକୁ ଭଲରୂପେ ଯାଞ୍ଚ କରାଯାଇଛି। ଆଉ ଥରେ ଏହାକୁ ୫୦ କିଲୋମିଟର ଦୂରବର୍ତ୍ତୀ ତୁଣ୍ଡ୍‌ଲା ଷ୍ଟେସନ୍‌ଠାରେ ସମ୍ପୂର୍ଣ୍ଣ ଯାଞ୍ଚ କରାଯିବ। ଏହି ଟ୍ରେନ୍‌ରେ ଆସୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ତେଣୁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ପୂର୍ବତଟ ରେଳ ପଥ ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe