ରେଳ ଟିକେଟ ନେଇ ଅଖିଳେଶଙ୍କ ବିବାଦୀୟ ଟ୍ୱିଟ୍ । ରେଳବାଇ ପକ୍ଷରୁ ସ୍ପଷ୍ଟିକରଣ, ଏଭଳି କୌଣସି ନିୟମ ହୋଇନାହିଁ ।

1,959

କନକ ବ୍ୟୁରୋ : ଭାରତୀୟ ରେଳ ବିଭାଗ ସାରା ବିଶ୍ୱରରେ ସବୁଠାରୁ ବଡ ରେଳ ନେଟୱର୍କ ତାଲିକାରେ ରହିଛି । ପ୍ରତିଦିନ ଦେଶର କୋଟି କୋଟି ଲୋକ ଯାତ୍ରୀ ରେଳରେ ଯାତ୍ରା କରିଥାନ୍ତି । ଏହି ଯାତ୍ରୀଙ୍କ ମଧ୍ୟରେ ଅନେକ ଛୋଟ ପିଲାମଧ୍ୟ ରହିଥାନ୍ତି । ପୂର୍ବରୁ ରେଳ ବିଭାଗ ତରଫରୁ ୧ ରୁ ୫ ବର୍ଷ ମଧ୍ୟରେ ଛୋଟ ପିଲାଙ୍କ ପାଇଁ ଟିକେଟର ପ୍ରାବଧାନ ନଥିଲା । ହେଲେ ଏବେ ରେଳ ମନ୍ତ୍ରଣାଳୟ ତରଫରୁ ଏହି ନିୟମର ପରିବର୍ତ୍ତନ କରାଯାଇଛି ବୋଲି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଟ୍ୱିଟ କରିଛନ୍ତି । ଅଖିଳେଶଙ୍କ ଯାଦବ ଏକ ଟ୍ୱିଟରେ ଦର୍ଶାଇଛନ୍ତି କି, ଭାରତୀୟ ରେଳବାଇ ଏବେ ୧ ବର୍ଷରୁ ୫ ବର୍ଷ ମଧ୍ୟରେ ପିଲାଙ୍କ ପାଇଁ ମଧ୍ୟ ରିଜର୍ଭଭେସନରେ ପୁରା ଟିକେଟ ଲଗାଇଛି ।

ଅଖିଳେଶ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡଲରେ ରେଳବାଇକୁ ନେଇ ଏଭଳି ବିବାଦୀୟ ଟ୍ୱିଟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

 

ଏପଟେ ଅଖିଳେଶଙ୍କର ଏଭଳି ଟ୍ୱିଟକୁ ରେଳବାଇ  ପକ୍ଷରୁ ଖଣ୍ଡନ କରାଯାଇଛି । କନକ ନ୍ୟୁଜକୁ ରେଳବାଇର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ୦-୪ କିନ୍ତୁ (୫ ବର୍ଷରୁ କମ) ପିଲାଙ୍କ ପାଇଁ  ଟିକେଟର କୌଣସି ପ୍ରାବଧାନ ନଥିବା ବେଳେ ୫-୧୧ (୧୨ ବର୍ଷରୁ କମ) ବର୍ଷର ପିଲାଙ୍କ ପାଇଁ ବର୍ଥ ନେଲେ ପୁରା ଟିକେଟ ଓ ବର୍ଥ ନନେଲେ ଅଧା ଟିକେଟର ମୂଲ୍ୟ ଦେବାକୁ ପଡିବ । ସେହିିଭଳି ୧୨ ବର୍ଷରୁ ଅଧିକ ହୋଇଥିଲେ ପୁରା ଟିକେଟ କରିବାକୁ ପଡିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।