କନକ ବ୍ୟୁରୋ : ଭାରତ ଉପରେ ଗତ ଫେବୃଆରୀ ମାସରେ ହୋଇଥିବା ପୁଲୱାମା ଆକ୍ରମଣପରଠାରୁ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହାରି ମଧ୍ୟରେ ଭାରତ-ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ସମଝୌତା ଏକ୍ସପ୍ରେସ ବନ୍ଦ ହୋଇଯାଇଥିଲା । ମିଳିଥିବା ସୂଚନା ଅନୁସାରେ, ଭାରତର ବାୟୁସେନା କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ଫେରାଇବା ପରେ ପୁଣି ଉଭୟ ଦେଶ ମଧ୍ୟରେ ଟ୍ରେନ ଚଳାଚଳ କରିବ ବୋଲି ଜଣାପଡିଛି । ପାକିସ୍ତାନ ଦ୍ବାରା ବାତିଲ ହୋଇଥିବା ସମଝୌତା ଏକ୍ସପ୍ରେସ୍ ଟ୍ରେନ୍ ସେବା ପୁଣି ଥରେ ଆରମ୍ଭ ହେବ ବୋଲି ଉଭୟ ଭାରତ ଏବଂ ପାକିସ୍ତାନ ରାଜି ହୋଇଛନ୍ତି।
ତେବେ ଆଜି ପୁଣି ଥରେ ଏହି ଟ୍ରେନ ଚାଲିବ ବୋଲି ସୂଚନା ମିଳିଛି । ଗତମାସ ଫେବୃଆରୀ ୨୮ରୁ ହିଁ ଏହି ଟ୍ରେନ ସେବା ବନ୍ଦ ହୋଇଥିଲା । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଣି ଥରେ ଏହି ଟ୍ରେନ ଚଳାଚଳ କରିବାକୁ ଯାଉଛି । ଏହି ଟ୍ରେନରେ ୬ଟି ସ୍ଲିପର କ୍ଲାସ ସହ ଏସି ବଗି ମଧ୍ୟ ରହିଛି । ଏହାର ପ୍ରଥମ ଚଳାଚଳ ୧୯୭୬ ମସିହା ଜୁଲାଇ ୨୨ ତାରିଖରେ ଆରମ୍ଭ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/796420-505058-samjhauta-expres.jpg)