ପୁଣି ଜଗତସିଂହପୁର ବିଜେଡିରେ ଗୋଷ୍ଠୀ କନ୍ଦଳ ! ସମିତି ସଭ୍ୟଙ୍କୁ ଅପହରଣ ଅଭିଯୋଗ ଆଣିଲେ ତିର୍ତୋଲ ବିଧାୟିକା

27

କନକ ବ୍ୟୁରୋ : ସମିତି ସଭ୍ୟଙ୍କୁ ଅପହରଣ ଅଭିଯୋଗ । ଜଗତସିଂହପୁର ରଘୁନାଥପୁର ବ୍ଲକର ଅଢେଇକୁଳ ଓ ଧରାଧରପୁରର ୨ ଜଣ ସମିତି ସଭ୍ୟଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ପୁରୀରୁ ସେମାନଙ୍କୁ ଅପହରଣ କରାଯାଇଥିବା ନେଇ ତିର୍ତୋଲ ବିଧାୟିକ ରାଜଶ୍ରୀ ମଲ୍ଲିକ ଅଭିଯୋଗ କରିଛନ୍ତି । ଏନେଇ ପୁରୀ ଥାନାରେ ସମିତି ସଭ୍ୟଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ବ୍ଲକ ଉପାଧ୍ୟକ୍ଷ ନିର୍ବାଚନରେ ପଦ ହାତେଇବାକୁ ତାଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି ।