କନକ ବ୍ୟୁରୋ: ସିବିଏସଇ ଯୁକ୍ତ ପରୀକ୍ଷାକୁ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସଂହଙ୍କ ଅଧ୍ୟକ୍ଷତାରେ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତିି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । କହିଛନ୍ତି ଦ୍ୱାଦଶ ପରୀକ୍ଷା ନେଇ ଦୁଇଟି ପ୍ରସ୍ତାବ ଦିଆଯାଇଛି । ପ୍ରଥମ ପ୍ରସ୍ତାବରେ ସ୍ଥିତି ସ୍ୱାଭାବିକ ହେଲେ ସାଧାରଣ ଭାବେ ଯେଭଳି ପରୀକ୍ଷା ହୁଏ ସେଭଳି ପରୀକ୍ଷା କରାଯିବାକୁ କୁହାଯାଇଛି । ଦ୍ୱିତୀୟ ପ୍ରସ୍ତାବରେ ସଂକ୍ଷିିପ୍ତ ଭାବେ ପରୀକ୍ଷା କରିବା ଲାଗି ବ୍ଲୁପ୍ରିଂଟ ତିଆରି ହୋଇଛି ।
ମହାରାଷ୍ଟ୍ର ଓ ଦିଲ୍ଲୀକୁ ଛାଡି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ପରୀକ୍ଷା ସପକ୍ଷରେ ମତ ରଖିଛନ୍ତି । ବାତ୍ୟା ଟଳିଲେ ଆମେ କେନ୍ଦ୍ରର ଦୁଇ ପ୍ରସ୍ତାବ ଉପରେ ତର୍ଜମା କରି ରାଜ୍ୟର ମତ ଜଣାଇବୁ । ଛାତ୍ର ଜୀବନରେ ଦ୍ୱାଦଶ ପାଠ୍ୟକ୍ରମ ବେଶ ଗୁରୁତ୍ୱ ବହନ କରେ । ତେଣୁ ଦ୍ୱାଦଶ ପରୀକ୍ଷାକୁ ନେଇ ଆଜି ସବୁ ରାଜ୍ୟର ଶିକ୍ଷାମନ୍ତ୍ରୀ, ସଚିବ ଓ ରାଜ୍ୟ ପରିଷଦ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ ୪ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏହି ବୈଠକରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ପ୍ରକାଶ ଡାଭେଡକର ଉପସ୍ଥିତ ରହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2020/08/samir-ranjan-dash.jpg)