କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ଖାସକରି ମନ୍ତ୍ରୀ ପ୍ରତାପ ଦେବ ଯାହା ବୟାନ ଦେଇଛନ୍ତି ତାହାକୁ ନେଇ ବିଜେଡିକୁ ତୀର ମାରିଛି ବିଜେପି । ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି କହିଛନ୍ତି, ବିଗତ କିଛି ମାସ ଧରି ରାଜ୍ୟବାସୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃ୍ଷ୍ଟି ହୋଇଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ରାମ ନବମୀ ଓ ହନୁମାନ ଜୟନ୍ତୀରେ ହିଂସା ହେବ ଏବଂ ଏଥିପାଇଁ ଆୟୋଜନକାରୀଙ୍କୁ ଦାୟୀ କରାଯିବା ଏହା କଣ ଦର୍ଶାଉଛି । ମନ୍ତ୍ରୀ ପ୍ରତାପ ଦେବଙ୍କର ବୟାନ ସ୍ପଷ୍ଟ କରୁଛି ଦଙ୍ଗାକାରୀକୁ ସୁରକ୍ଷା ଦେଉଛନ୍ତି ସରକାର । ପୋଲିସ ଏତଲାରେ ଯାହା ଲେଖିଛି ଆମେ ସେଇ କଥା କହୁଛୁ । ତେବେ କାହିଁକି ସେମାନଙ୍କୁ ଗିରଫ କରାଯାଇନାହିଁ । କିଏ ଗିରଫ ନକରିବାକୁ ଚାପ ପକାଉଛି ବୋଲି ପ୍ରଶ୍ନ କରିଛନ୍ତି ସମୀର ।
ଗୁଡୁ ମୁସଲିମ ଶ୍ରୀକ୍ଷେତ୍ର ଆସି ପବିତ୍ର ପୁରୀକୁ ଅପବିତ୍ର କରି ବରଗଡ଼ ଗଲା ଆଉ ସେଠି ଯାହା ସହ ମିଶିଲେ ସେ କାହା ବନ୍ଧୁ ? ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କର ସେ ବନ୍ଧୁ ନୁହଁନ୍ତି କି ?
ବିଜୁ ଜନତା ଦଳ ସବୁବେଳେ ହିନ୍ଦୁ ବିରୋଧୀ ମାନସିକତା ପ୍ରତିପୋଷଣ କରିଛି । ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ କରିବା ପାଇଁ ଯୋଜନା କରିଥିଲେ, ରତ୍ନ ଭଣ୍ଡାର ଲୁଟିବା ଆଉ ଚାବି ହଜିବା କହିବା, ରତ୍ନ ଭଣ୍ଡାର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନ ନେବା, ରଘୁବୀର ଦାସଙ୍କ କମିଶନ ରିପୋର୍ଟ ସାର୍ବଜନୀନ ନ ହେବା, ଗୋଟେ ଘରୋଇ କମ୍ପାନୀକୁ ଜଗନ୍ନାଥଙ୍କ ଜମି ଦେବା ପାଇଁ ମସୁଧା କରି ସୁପ୍ରିମକୋର୍ଟରୁ ଭର୍ସନା ଶୁଣିବା ଜଗନ୍ନାଥଙ୍କ ପ୍ରତି ଏପରି ପ୍ରତି ପୋଷଣ ସରକାରଙ୍କ ହିନ୍ଦୁ ବିରୋଧୀ ମାନସିକତା ନୁହେଁ ତ ଆଉ କଣ ? ଲକ୍ଷ୍ଣଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ରିପୋର୍ଟ ନ ଆସିବା କଣ ସରକାରଙ୍କ ହିନ୍ଦୁ ବିରୋଧୀ ମନୋଭାବ ନୁହେଁ କି ? ରାଜ୍ୟ ସରକାର ଉଚ୍ଚାରଣ ଓ ଆଚରଣରେ ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି ବୋଲି କହିଛନ୍ତି ସମୀର ।
Follow Us