ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଘରୋଇ ଅଭିଭାବକ ସଂଘର ଧାରଣା ପ୍ରସଙ୍ଗ : ମନ୍ତ୍ରୀ କହିଲେ, ମାମଲା ହାଇକୋର୍ଟରେ କିଛି କହି ହେବନି
କନକ ବ୍ୟୁରୋ : ଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଘରୋଇ ସ୍କୁଲର ଅଭିଭାବକଙ୍କ ଧାରଣା । ଘଂଟ ହୁଳାହୁଳି ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଘରୋଇ ସ୍କୁଲରେ ପିଲାଙ୍କୁ ପାଠ ପଢାଉଥିବା ଅଭଭାବକ । ଘରୋଇ ସ୍କୁଲରେ ଫି’ ବିବାଦରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ହସ୍ତକ୍ଷପ କରିବା ପାଇଁ ଅଭିଭାବକ ସଂଘ ଦାବି କରିଛନ୍ତି । ମହାମାରୀ କରୋନା ଭୟରେ ପ୍ରାୟ ୯ ମାସ ହେବ ବିଦ୍ୟାଳୟ ବନ୍ଦ ରହିଛି । ଅନଲାଇନ୍ରେ ପାଠପଢା ହେଉଛି । ଏବଂ ଯେଉଁ ଅଭିଭାବକମାନେ ସ୍କୁଲରେ ଫି ଦେଇ ପାରିନାହାନ୍ତି, ସେମାନଙ୍କ ପିଲାଙ୍କୁ ଅନଲାଇନ୍ କ୍ଲାସରୁ ବାହାର କରି ଦିଆଯାଉଛି । ତେଣୁ ଘରୋଇ ସ୍କୁଲ ଫି ଉପରେ ସରକାର ଅଂକୁଶ ଲଗାଇବାକୁ ଦାବି ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଘରୋଇ ସ୍କୁଲର ଫି ବିବାଦ ହାଇକୋର୍ଟରେ ପହଂଚିଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଘରୋଇ ସ୍କୁଲ ଫି ନିର୍ଦ୍ଧାରଣ ଉପରେ ସରକାରଙ୍କ କୌଣସି ଆଇନ୍ ନାହିଁ । ତେଣୁ ଏଥିରେ ସରକାର ହସ୍ତକ୍ଷେପ କରି ପାରିବେ ନାହିଁ । ତେବେ ଅନ୍ୟ ରାଜ୍ୟରେ ଘରୋଇ ସ୍କୁଲ ଉପରେ ସରକାରଙ୍କ ଅଙ୍କୁଶ ଥିବା ବେଳେ ଓଡିଶାରେ କାହିଁକି ନାହିଁ ବୋଲି ଅଭିଭାବକ ସଂଘ ପ୍ରଶ୍ନ କରିଛନ୍ତି । ସେପଟେ ମନ୍ତ୍ରୀ କହିଛନ୍ତି ମାମଲା କୋର୍ଟରେ ଥିବାରୁ ଏବାବଦରେ କିଛି କହି ହେବନାହିଁ ।