କନକ ବ୍ୟୁରୋ : ନିମାପଡ଼ା ବିଧାୟକ ସମୀର ଦାଶଙ୍କୁ କଳାପତାକା । ଗୋପ ବ୍ଲକ ଅନ୍ତର୍ଗତ ବଣିଆ ସାହି ପଞ୍ଚାୟତରେ ଜାଉଁଳି ପୋଖରୀ ଉପ-ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ପହଞ୍ଚିବା ବେଳେ ବିଧାୟକଙ୍କ ଗ୍ରସ୍ତକୁ ବିରୋଧ କରିଥିଲେ ବିଜେପି କର୍ମୀ । ବିଜେପି କର୍ମୀ ବିଧାୟକଙ୍କୁ ବିରୋଧ କରିବା ସହିତ କଳାପତକା ଦେଖାଇଛନ୍ତି । ଏହା ସହିତ ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇଥିଲେ । ବିଜେପି କର୍ମୀଙ୍କ ଅଭିଯୋଗ ହେଲା, ବିଧାୟକ ପଞ୍ଚାୟତର କୌଣସି ଉନ୍ନତିମୂଳକ କାର୍ଯ୍ୟରେ ସହଯୋଗ କରିନାହାନ୍ତି । ଏପରିକି ଉପ-ସ୍ୱାସ୍ଥ୍ୟକେନ୍ଦ୍ର ଭିତ୍ତିପ୍ରସ୍ତର ସ୍ଥାପନରେ ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରିନଥିବା ଅଭିଯୋଗ ହୋଇଛି ।

Advertisment