ପିପିଲି ଉପ-ନିର୍ବାଚନ ପ୍ରସଙ୍ଗରେ ମନ୍ତ୍ରୀ ସମୀର ଦାଶଙ୍କ ବଡ ବୟାନ : ପ୍ରଦୀପବାବୁଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି ଲୋକେ

159

କନକ ବ୍ୟୁରୋ : ମହାରଥୀଙ୍କ ପରିବାରରୁ କାହାରିକୁ ପ୍ରାର୍ଥୀ କରିବା ପାଇଁ କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପିପିଲି ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ । ହେଲେ ପିପିଲି ଗଡ ରକ୍ଷା ପାଇଁ ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଦେଇଛି ଶାସକ ବିଜୁ ଜନତା ଦଳ । ତେବେ ଦଳ ଏଠାରୁ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ସସପେନ୍ସ ରହିଛି ।

କିନ୍ତୁ ଏତିକିବେଳେ ଏକ ବଡ ବୟାନ ଦେଇଛନ୍ତି ମନ୍ତ୍ରୀ ସମୀର ଦାଶ । ତାଙ୍କ କହିବା କଥା, ପିପିଲି ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ବିଶେଷ ଅବଦାନ ଥିଲା । ତେଣୁ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଏଠାରୁ ପ୍ରାର୍ଥୀ କରିବା ଉଚିତ ବୋଲି ସେ ପ୍ରାସ୍ତାବ ଦେଇଛନ୍ତି । ପିପିଲି ତାଙ୍କ ପାଖ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଲୋକଙ୍କ ମାନସିକତା କିଭଳି ଅଛି ବୋଲି ପ୍ରଶ୍ନର ଉତରରେ ମନ୍ତ୍ରୀ ସମୀର ଦାଶ ଏହିଭଳି ପ୍ରତିକ୍ରିୟା ରଖିଛନ୍ତି । ସେପଟେ ପିପିଲି ଉପନିର୍ବାଚନ ପାଇଁ ବିଜେପି ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି ଦଳର ଉପନେତା ବିଷ୍ଣୁ ସେଠୀ ।