୭୦% ସିଲାବସରେ ହେବ ଅଫଲାଇନ ମାଟ୍ରିକ ପରୀକ୍ଷା । ୧୫ ଦିନ ମଧ୍ୟରେ ଫଳ ପ୍ରକାଶ କରିବାକୁ ବୋର୍ଡ କରିବ ଉଦ୍ୟମ, +୨ ନାମଲେଖାରେ ଅଫଲାଇନ ନମ୍ବରକୁ ବିଚାରକୁ ନିଆଯିବ ।

549

କନକ ବ୍ୟୁରୋ  : ମାଟ୍ରିକ ପରୀକ୍ଷା ନମ୍ବର ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଶାନ୍ତ କରିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ଆଜି ପୁଣି ପରୀକ୍ଷା ଦେବା ପାଇଁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେଉଁମାନେ ନମ୍ବରକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ସେମାନେ ପୁଣି ଥରେ ପରୀକ୍ଷା ଦିଅନ୍ତୁ  । ୧୫ ଦିନ ଭିତରେ ତାଙ୍କର ପରୀକ୍ଷା ଫଳ ପ୍ରକାଶ କରିବାକୁ ବୋର୍ଡ ପକ୍ଷରୁ ଉଦ୍ୟମ କରାଯିବ । ଫରୀକ୍ଷା ଫଳ ବାହାରିବା  ପରେ ଯୁକ୍ତ ଦୁଇରେ ନାମଲେଖା କ୍ଷେତ୍ରରେ ମଧ୍ୟ ଏହି ନମ୍ବରକୁ ବିଚାରକୁ ନିଆଯିବ ।

ତେବେ ୭୦ ପ୍ରତିଶତ ସିଲାବସକୁ ନେଇ ମାଟ୍ରିକ ପରୀକ୍ଷା ହେବ । କୋଭିଡ ଗାଇଡଲାଇନ ଅନୁଯାୟୀ ପରୀକ୍ଷା କରାଯିବ । ପରୀକ୍ଷା ପ୍ରଶ୍ନପତ୍ର କିଭଳି କରାଯିବା ସେନେଇ ବୋର୍ଡ ନିଷ୍ପତି ନେବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ ।