କନକ ବ୍ୟୁରୋ: ଏଥର ନୂଆ ଢାଞ୍ଚାରେ ଆସିବ ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନୋପତ୍ର । ୫୦ ପ୍ରତିଶତ ରହିବ ମଲ୍ଟିପୁଲ ଚଏସ ବେସ୍ ପ୍ରଶ୍ନ, ଯାହାର ଉତ୍ତର ପାଇଁ ୧ ନମ୍ବର ରହିବ । ୩୦ ମାର୍କ ରହିବ ୨ କିମ୍ବା ୩ ମାର୍କ ସମ୍ବୋଳିତ ପ୍ରଶ୍ନ । ୫ ମାର୍କ ବିଶିଷ୍ଟ ଦୀର୍ଘ ଉତ୍ତର ମୂଳକ ୨୦ ମାର୍କ ରହିବ । ଏହିଭଳି ଭାବରେ ପ୍ରଶ୍ନପତ୍ର ଢାଞ୍ଚା ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।
ଏହି ପ୍ରଶ୍ନପତ୍ର ୨୦୧୬ ମସିହା କିମ୍ବା ପରେ ପଂଜୀକୃତ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ହ୍ରାସ ହୋଇଥିବା ସିଲାବସରୁ ଆସିବ । ପୁରୁଣା ସିଲାବସ୍ ଅଧିନରେ ଆସୁଥିବା ପରୀକ୍ଷାର୍ଥୀ ମାନେ, ଅର୍ଥାତ୍ ଯେଉଁମାନେ ୨୦୧୫ ମସିହା ବା ତା ପୂର୍ବରୁ ପଂଜୀକୃତ ହୋଇଛନ୍ତି, ସେମାନେ ପୂର୍ବବର୍ଷ ପରି ପ୍ରଶ୍ନପତ୍ର ଢାଞ୍ଚାରେ ପରୀକ୍ଷା ଦେବେ ।
ସୂଚନାଯୋଗ୍ୟ ପୂର୍ବରୁ ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ଢାଞ୍ଚା ବଦଳିଥିଲା । ୫୦ ମାର୍କ ମଲ୍ଟିପୁଲ ଚଏସ ପ୍ରଶ୍ନ ସହ ୩୦ ମାର୍କ ଦୀର୍ଘ ଉତ୍ତରମୁଳକ ପ୍ରଶ୍ନ ଏବଂ ବାକି ୨୦ ମାର୍କ ହାରାହାରି ମାର୍କ ଦିଆଯିବା ନେଇ ଘୋଷଣା କରିଥିଲା ବିଭାଗ ।