ଆସନ୍ତାକାଲି ସବୁ ସ୍କୁଲରେ ବସିବ ଅଭିଭାବକଙ୍କ ବୈଠକ : ଛାତ୍ରଛାତ୍ରୀଙ୍କ ପାଠପଢା ନେଇ ଚାଲିବ ବିଚାରବିମର୍ଷ

ରାଜ୍ୟବ୍ୟାପୀ ସବୁ ସ୍କୁଲରେ ଅଭିଭାବକଙ୍କ ବୈଠକ ନେଇ ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା

3,741

କନକ ବ୍ୟୁରୋ : ଆସନ୍ତାକାଲି ରାଜ୍ୟବ୍ୟାପୀ ଗୋଟିଏ ଦିନ ବିଦ୍ୟାଳୟରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ନେଇ ବୈଠକ କରାଯିବ । ପ୍ରତ୍ୟକ ବିଦ୍ୟାଳୟରେ ଏହି ବୈଠକ କରାଯିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ । ସରକାରୀ ବିଦ୍ୟାଳୟ ଗୁଡିକରେ ଅଭିଭାବକମାନେ କିପରି ନିଜ ପିଲାମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବେ ସେ ନେଇ ଆଲୋଚନା କରାଯିବ । ପ୍ରତ୍ୟେକ ବିଦ୍ୟାଳୟରେ ଶିକ୍ଷା ବିଭାଗର ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହିବେ । ବୈଠକରେ ଅଭିଭାବକମାନେ ଅଧିକ ସଂଖ୍ୟାରେ ଯୋଗ ଦେବାକୁ ମନ୍ତ୍ରୀ ନିବେଦନ କରିଛନ୍ତି ।